ପ୍ୟାରିସ : ଗ୍ରିକ୍ ତାରକା ଷ୍ଟିଫାନୋସ ସିସିପାସ ପ୍ରଥମ ଥର ଲାଗି କୌଣସି ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ରେ ପହଞ୍ଚିଛନ୍ତି। ଫିଲିପ ଚାଟ୍ରିୟର କୋର୍ଟରେ ଖେଳାଯାଇଥିବା ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ଟେନିସ ପ୍ରତିଯୋଗିତାର ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ସିସିପାସ ପ୍ରବଳ ଲଢ଼େଇ କରି ୬-୩, ୬-୩, ୪-୬, ୪-୬, ୬-୩ ସେଟ୍ରେ ୟୁଏସ୍ ଓପନ୍ ଉପବିଜେତା ତଥା ଷଷ୍ଠ ମାନ୍ୟତାପ୍ରାପ୍ତ ଜର୍ମାନିର ଆଲେକ୍ଜାଣ୍ଡର ଭେରଭ୍ଙ୍କୁ ପରାସ୍ତ କରିଥିଲେ। ୨୦୧୯ ଟୁର୍ ଫାଇନାଲ୍ ବିଜେତା ସିସିପାସ ପ୍ରଥମ ଦୁଇ ସେଟ୍କୁ ସହଜରେ ଜିତିଯାଇଥିଲେ। ପରବର୍ତ୍ତୀ ଦୁଇ ସେଟ୍କୁ ଭେରଭ୍ ଜିତି ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। ହେଲେ ପଞ୍ଚମ ତଥା ନିଣ୍ଣାୟକ ସେଟ୍କୁ ୨୨ ବର୍ଷୀୟ ସିସିପାସ ଜିତି ୪ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ ଖେଳିବା ପରେ ପ୍ରଥମ ଥର ଲାଗି ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲେ।
ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ରେ ସିସିପାସ
/sambad/media/post_attachments/wp-content/uploads/2021/06/Stefanos-Tsitsipas.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)