ସିଲି ପଏଣ୍ଟ୍‌

‌ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ବ୍ୟସ୍ତ ଥିବାବେଳେ ମହେନ୍ଦ୍ର ସିଂହ ଧୋନି ଏବେ ପରିବାର ସହ ଛୁଟି କାଟୁଛନ୍ତି। ରବିବାର ଧୋନି ପତ୍ନୀ ସାକ୍ଷୀଙ୍କ ଜୋତାର ଫିତା ବାନ୍ଧି‌ ଦେଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଢ଼େର ଚର୍ଚା ସୃଷ୍ଟି କରିଛି। ‘ଜୋତା କିଣିବାକୁ ଅର୍ଥ ଦେଇଛ, ଫିତା ବି ତୁମେ ବାନ୍ଧିଦିଅ’ ଲେଖିଛନ୍ତି ସାକ୍ଷୀ। ପତ୍ନୀ ଏବଂ କନ୍ୟାଙ୍କ ବିଶେଷ ମୁହୂର୍ତର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବାରେ ଏହି ସେଲିବ୍ରିଟି ଦମ୍ପତି ଆଦୌ କୁଣ୍ଠିତ ହୁଅନ୍ତି ନାହିଁ। ଅଷ୍ଟ୍ରେଲିଆରେ ଜାନୁଆରିରେ ଆରମ୍ଭ ହେଉଥିବା ଦିନିକିଆ ଶୃଙ୍ଖଳା ବେଳକୁ ଧୋନି ଭାରତୀୟ ଦଳ ସହ ଯୋଗଦେବେ।

ସମ୍ବନ୍ଧିତ ଖବର