ସିଲି ପଏଣ୍ଟ୍‌, ଅନୁପମାଙ୍କ ପ୍ରେମରେ ବୁମ୍‌ରା !

ନୂଆଦିଲ୍ଲୀ: ଭାରତରେ ସେଲିବ୍ରିଟିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିମ୍ବା ବିବାହ ନୂଆ ନୂହେଁ। ବିଶେଷ କରି କ୍ରିକେଟ୍ ଏବଂ ବଲିଉଡ୍ ମଧ୍ୟରେ ସମ୍ପର୍କ ଯାଡ଼ି ହେଲେ ଏହା ସେମାନଙ୍କ ପ୍ରଶଂସକଙ୍କ ଚର୍ଚା ପରିସରକୁ ଆସିଥାଏ। ବର୍ତମାନର ବିଶ୍ବକପ୍‌ ଦଳ ଅଧିନାୟକ ବିରାଟ କୋହଲି ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ୨୦୧୭ ମସିହା‌ରେ ବିବାହ କରି ସାରିଛନ୍ତି। ଏହି ଧାରାକୁ ଆଗକୁ ନେବା ଭଳି ଲାଗୁଛନ୍ତି ଭାରତୀୟ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା। ବିଶ୍ବର ଏହି ଏକ ନମ୍ବର ଦିନିକିଆ ବୋଲର ଯେଉଁଠି ଖେଳିଲେ ବି ସେଠାରେ ପ୍ରଶଂସକମାନେ ପ୍ଲା କାର୍ଡ ଧରି ‘ମୋତେ ବିବାହ କର’ ବୋଲି ଅନୁରୋଧ ଜଣାଉଛନ୍ତି। ବୁମରା କିନ୍ତୁ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ଦିଲ୍ ଦେଇ ସାରିଛନ୍ତି। ୨୩ ବର୍ଷୀୟା ଅନୁପମା ପରମେଶ୍ବରନ୍ ହେଉଛନ୍ତି ବୁମରାଙ୍କ ପ୍ରେମିକା। ୨୦୧୫ ମସିହାରେ ଚର୍ଚିତ ମାଲୟଲାମ୍‌ ଚଳଚ୍ଚିତ୍ର ‘ପ୍ରେମମ୍‌’ ଅଭିନେତ୍ରୀ ଅନୁପମାଙ୍କ ଟ୍ବିଟର୍ ଅନୁଗାମୀ ହେବା ପରେ ବୁମରାଙ୍କୁ ମଧ୍ୟ ସେ ପ୍ରତି ଜବାବ ଦେଇଛନ୍ତି। ଉଭୟ ଏବେ ସମ୍ପର୍କରେ ରହିଛନ୍ତି। ପୂର୍ବରୁ ଅନ୍ୟ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରାଶି ଖାନ୍ନାଙ୍କ ସହିତ ମଧ୍ୟ ବୁମରା ସମ୍ପର୍କରେ ଥିଲେ। ବୁମରାଙ୍କୁ ମୁଁ ଜାଣିଛି, କିନ୍ତୁ ଅନ୍ୟ କିଛି ସମ୍ପର୍କ ନାହିଁ ବୋଲି ରାଶି ଖଣ୍ଡନ କରି ସାରିଛନ୍ତି। ଏବେ ବୁମରା-ଅନୁପମା ସମ୍ପର୍କକୁ ଗୁଜବ କୁହାଯାଉଥିଲେ ବି ଦିନେ ଏହା ସତ ପରିଣତ ହେବ ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର