ସିଲି ପଏଣ୍ଟ୍‌: ଆଝାରୁଦ୍ଦିନଙ୍କ ପୁଅକୁ ବାହାହେବେ ସାନିଆଙ୍କ ଭଉଣୀ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନ ଏବଂ ଟେନିସ୍ ତାରକା ସାନିଆଙ୍କ ଭଉଣୀ ଆନମ ପରସ୍ପରକୁ ପ୍ରେମ କରୁଥିବା ଖବର ପୂର୍ବରୁ ପଦାକୁ ଆସିଥିଲା। ଏବେ ଏହି ଦୁଇ ଜଣ ଖୁବଶୀଘ୍ର ବିବାହ କରୁଥିବାର ସଙ୍କେତ ଆନମ ଦେଇଛନ୍ତି।

ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ସେ ଏକ ସ୍କଟ୍ ଏବଂ ଟପ୍ ପିନ୍ଧା ଫଟୋ ପ୍ରକାଶ କରିଛନ୍ତି। ଏହି ଟପ୍‌ରେ ବ୍ରାଇଡ୍ ଟୁ ବି ଲେଖା ଯାଇଥିଲା ବେଳେ ପଛପଟେ ଥିବା କାଚ ଫ୍ରେମରେ ମଧ୍ୟ ଏହା ଲେଖା ଯାଇଛି। ଫଳରେ ପ୍ରଶଂସକ ଏବଂ ଅନୁଗାମୀମାନେ ସେ ନିକଟ ଭବିଷ୍ୟତରେ ବିବାହ କରୁବାକୁ ଯାଉଥିବା ଆକଳନ କରିଛନ୍ତି। ଆନମଙ୍କର ଏହି ଫଟୋକୁ ୧୪,୦୦୦ ଲାଇକ୍ ମିଳିଛି। ବନ୍ଧୁ ଏବଂ ନିକଟ ସଂପର୍କୀୟ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଅସଦୁଦ୍ଦିନ କିନ୍ତୁ ଏଥିନେଇ କିଛି କହି ନାହାନ୍ତି। ଆନମ ଏବେ ଭଉଣୀ ସାନିଆଙ୍କ ସହ ପ୍ୟାରିସରେ ଛୁଟି କଟାଉଛନ୍ତି। ଆନମଙ୍କର କିନ୍ତୁ ଏହା ଦ୍ବିତୀୟ ବିବାହ ହେବ। ଏହା ପୂର୍ବରୁ ୨୦୧୬ ନଭେମ୍ବର ୧୮ ତାରିଖରେ ଦୀର୍ଘ ଦିନର ପ୍ରେମିକ ଆକବର ରସିଦଙ୍କୁ ବିବାହ କରିଥିଲେ। ହେଲେ ୨୦୧୮ରେ ଉଭୟଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର