ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦୁଇ ଚକିଆ ଯାନ (ବାଇକ୍) ପ୍ରେମ ଊଣା ଅଧିକେ ସମସ୍ତଙ୍କୁ ଜଣା। ବାଇକ୍ ପ୍ରତି ଥିବା ଅହେତୁକ ଦୂର୍ବଳତା ପାଇଁ ଧୋନି ଅନେକ ଗୁଡ଼ିଏ ନାମୀ ଦାମୀ ଓ ଦେଶୀ ବିଦେଶୀ ଦୁଇ ଚକିଆ ଯାନ କିଣି ନିଜ ଘରେ ରଖିଛନ୍ତି। ଯାହା କୌଣସି ଦୁଇ ଚକିଆ ଯାନ ସଂଗ୍ରହାଳାୟଠୁ କିଛି କମ୍ ନୁହେଁ। ଧୋନିଙ୍କ ଏହି ବାଇକ୍ ସଂଗ୍ରାହଳୟର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଯାହାକୁ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ତାଙ୍କ ପତ୍ନୀ ସାକ୍ଷୀ ଧୋନି ଛାଡ଼ିଛନ୍ତି। ସୋମବାର ସାକ୍ଷୀ ଏହି ବାଇକ୍ ସଂଗ୍ରହାଳୟର ଫୋଟୋ ସହ ଧୋନି ବାଇକ୍ରେ ବସିଥିବା ଫଟୋ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରି ଏହାର ଶୀର୍ଷକ ରଖିଛନ୍ତି ‘ଏହି ବାଳକ ସତରେ ନିଜର କଣ୍ଢେଇଗୁଡ଼ିକୁ ବହୁତ ଭଲ ପାଏ’।
ସିଲି ପଏଣ୍ଟ୍: ସାକ୍ଷୀ ଛାଡ଼ିଲେ ଧୋନିଙ୍କ ବାଇକ୍ ସଂଗ୍ରହାଳୟର ଫଟୋ
/sambad/media/post_attachments/wp-content/uploads/2020/01/gdd654fg987hs98h7sf8h7465sfh4f5s64h65sfhsfhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)