ହାମିଲଟନ୍: ବିସିସିଆଇ ବାର୍ଷିକ ଚୁକ୍ତିରୁ ବାଦ୍ ପଡ଼ିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ପ୍ରାୟତଃ ଶେଷ ହୋଇଯାଇଛି ବୋଲି ଆଶଙ୍କା କରାଯାଉଛି। ଭାରତୀୟ ଖେଳାଳିମାନେ କିନ୍ତୁ ପ୍ରତି ମିନିଟ୍ରେ ଧୋନିଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି। ଅନ୍ତତଃ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରକାଶ କରିଥିବା ଏକ ଭିଡିଓରୁ ଏହା ପ୍ରମାଣିତ ହୋଇଛି।
/sambad/media/post_attachments/wp-content/uploads/2020/01/cg564jhcg65j74g6x54jdg654j654dg65j4dg654j65dg4jdgjdg-1.jpg)
ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ପାଇଁ ଅକଲାଣ୍ଡଠାରୁ ହାମିଲଟନ୍ ଯାତ୍ରା କରିବା ବେଳେ ଭାରତୀୟ ଦଳ କିଭଳି ଭାବେ ବସ୍ର କୋଣ ସିଟ୍ ଏବେ ବି ଧୋନିଙ୍କ ପାଇଁ ସଂରକ୍ଷିତ କରି ରଖିଛି, ତାହା ଜଣାଇଛନ୍ତି ସେ। ଚହଲ ଟିଭି ପାଇଁ ପକାଇଥିବା ଭିଡିଓରେ ନିଜେ ଚହଲ କିଭଳି ଭାବେ ସେହି କୋଣ ଆସନକୁ ଛାଡ଼ି ପାଖ ଆସନରେ ବସିଛନ୍ତି, ତାହା ଦେଖାଇଛନ୍ତି। ତା’ ସହ ସେ ମଧ୍ୟ ଆବେଗପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଏହା ସେଇ ଆସନ, ଯେଉଁଠାରେ ଜଣେ କିଂବଦନ୍ତି ବସୁଥିଲେ। ମାହି ଭାଇ , ଏବେ ବି ଏଠି କେହି ବସୁନାହାନ୍ତି। ତାଙ୍କ ଅନୁପସ୍ଥିତିକୁ ଆମେ ସମସ୍ତେ ଅନୁଭବ କରୁଛୁ ବୋଲି ଏହି ଭିଡିଓରେ ଚହଲ କହୁଥିବା ଶୁଣିବାକୁ ମିଳୁଥିଲା। ଧୋନି କିଭଳି ‘ଚହଲ ଟିଭି’ରେ ବାହାରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ତାଙ୍କୁ ଏଥିନେଇ ଅନୁରୋଧ କରିଥିଲେ, ସେ ବିଷୟ ମଧ୍ୟ ନିଖୁଣ ଭାବେ ବର୍ଣ୍ଣନା କରୁଛନ୍ତି ଲେଗ୍ ସ୍ପିନର ଚହଲ।
ସୂଚନାଯୋଗ୍ୟ ଯେ ସାଧାରଣତଃ ବସ୍ ଯାତ୍ରା ବେଳେ ଧୋନି କୋଣ ଆସନରେ ବସି ଥାଆନ୍ତି। ତାଙ୍କୁ ସମ୍ମାନ ଜଣାଇବାକୁ ଯାଇ ଭାରତୀୟ ଖେଳାଳିମାନେ ଏବେ ସେହି ସ୍ଥାନକୁ ଖାଲି ରଖୁଛନ୍ତି। ସେଠାରେ କେହି ବସୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Dhonis-Seat-in-Bus_Thumbnail.jpg)