ସିଲି ପଏଣ୍ଟ୍‌: କାମ୍ବଲିଙ୍କ କଣ୍ଠରେ ସଚିନଙ୍କ ଗୀତ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ତଥା ପିଲାଦିନର ବନ୍ଧୁ ସଚିନ ତେନ୍ଦୁଲକରଙ୍କ ଆହ୍ବାନକୁ ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଗ୍ରହଣ କରିଛନ୍ତି। ସଚିନଙ୍କ ଆହ୍ବାନ ମୁତାବକ ତାଙ୍କ ରୢାପ୍ ସଙ୍ଗ୍ ‘କ୍ରିକେଟ୍ ବାଲି ବିଟ୍ ପେ’କୁ ସ୍ବର ଦେଇଛନ୍ତି ସେ । ଏହି ଗୀତର ମୂଳ ରଚନାକୁ ୨୦୧୭ ମସିହା ଏପ୍ରିଲ ମାସରେ ସଚିନ ବଲିଉଡ୍ ଗାୟକ ସୋନୁ ନିଗମଙ୍କ ସହ ମିଶି ଗାଇଥିଲେ। ସଚିନ ଏହାକୁ ସେ ଖେଳିଥିବା ୬ ବିଶ୍ବକପ୍‌ର ସାଥୀ କ୍ରିକେଟରଙ୍କୁ ଉତ୍ସର୍ଗ କରିଥିଲେ। ଗତମାସରେ ଟ୍ବିଟ୍ କରି ସଚିନ ଏହି ଗୀତକୁ ଗାଇବାକୁ କାମ୍ବଲିକୁ କହିଥିଲେ। କାମ୍ବଲି ଗୁରୁବାର ଟ୍ବିଟର୍‌ରେ ନିଜ ସଂସ୍କରଣକୁ ପ୍ରଚାର କରି ବଲିଉଡ୍ ଷ୍ଟାଇଲରେ ଲେଖିଛନ୍ତି ଯେ ମୁଁ ଥରେ କଥା ଦେଇଦେଲେ, ନିଜ କଥା ବି ଶୁଣି ନଥାଏ। ‘କ୍ରିକେଟ୍ ବାଲି ବିଟ୍ ପେ’ର ଏହା ମୋ ସଂସ୍କରଣ। ଏହାକୁ ମୁଁ ମୋ କିଂବଦନ୍ତି ବନ୍ଧୁ ସଚିନଙ୍କ ପାଇଁ ପ୍ରସ୍ତୁତ କରିଛି।

ସମ୍ବନ୍ଧିତ ଖବର