ସିଡ୍ନି: ନିକଟରେ ସାମାଜିକ ଗଣମାଧ୍ୟମ ସାଇଟ୍ ‘ଟିକ୍ ଟକ୍’ରେ ଯୋଗ ଦେଇଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର କ୍ୟାଟ୍ରିନା କୈଫଙ୍କ ଲୋକପ୍ରିୟ ଗୀତ ‘ଶିଲା କି ଯବାନୀ’ର ତାଳେ ତାଳେ ନିଜ ନୃତ୍ୟ ଦକ୍ଷତା ଦେଖାଇଛନ୍ତି। ଏଥିରେ ଝିଅ ଇଣ୍ଡି ତାଙ୍କ ସାଥ୍ ଦେଇଛନ୍ତି। ଉଭୟ ଏହି ବଲିଉଡ୍ ହିଟ୍ ନମ୍ବରରେ ନାଚୁଥିବାର ଏକ ଭିଡିଓ ଏବେ ‘ଟିକ୍ ଟକ୍’ରେ ଭାଇରାଲ ହୋଇଛି। ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ମଧ୍ୟ ୱାର୍ନର ଏହି ଭିଡିଓଟିକୁ ପ୍ରକାଶ କରିଛନ୍ତି। ଭିଡିଓ ପ୍ରକାଶ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ଏହାକୁ ୫୦୦୦୦୦ ଲାଇକ୍ ମିଳି ଯାଇଛି। ଏହା ପୂର୍ବରୁ ନିଜ ଉଦଘାଟନୀ ‘ଟିକ୍ ଟକ୍’ ଭିଡିଓରେ ୱାର୍ନର ଅଷ୍ଟ୍ରେଲୀୟ ଗାୟକ ଟୋନି ୱାଟସନଙ୍କ ‘ନେଭର ସିନ୍ ଦ ରେନ୍’ ଗୀତକୁ ଗାଇଥିଲେ। ୱାର୍ନର ଚଳିତ ବର୍ଷର ଆଇପିଏଲ୍ ଲାଗି ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ହେଲେ କରୋନା ପାଇଁ ଆଇପିଏଲ୍ ବାତିଲ ହେବାର ଆଶଙ୍କ ବଢ଼ିଯାଇଛି। ଭାରତ ଭଳି ଅଷ୍ଟ୍ରେଲିଆରେ ମଧ୍ୟ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସେଠାକାର ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ଫଳରେ ଖାଲି ସମୟକୁ ୱାର୍ନର ପରିବାର ସହ କଟାଉଛନ୍ତି। ସେ ମଧ୍ୟ ବିଭିନ୍ନ ମଜାଦାର ଭିଡିଓ ପ୍ରସ୍ତୁତ କରିଛନ୍ତି। ଭାରତକୁ ବିଶେଷ ଭାବେ ଭଲ ପାଉଥିବାରୁ ବଲିଉଡ୍ ଗୀତକୁ ସେ ଅଧିକ ପସନ୍ଦ କରଛନ୍ତି।
ସିଲି ପଏଣ୍ଟ୍: ‘ଶିଲା କି ଯବାନୀ’ରେ ନାଚିଲେ ୱାର୍ନର ଓ ଝିଅ ଇଣ୍ଡି
/sambad/media/post_attachments/wp-content/uploads/2020/04/fgjdgjdgj654dgj984dgj84dgj65dg4j65dg4j65dg465465dg4j65dg4jdgjgjdgjgjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)