ସିଲି ପଏଣ୍ଟ୍‌: ମହିଳା ଦିବସ ପାଳିଲେ ବିରୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଗୁରୁବାର ଅନ୍ତର୍ଜାତୀୟ ମହିଳା ଦିବସରେ ନିଜ ପତ୍ନୀଙ୍କ ସହ ରହି ଏହାକୁ ପାଳନ କରିଛନ୍ତି। ଅନ୍ୟ ବ୍ୟକ୍ତିଙ୍କ ପରି କୋହଲି ଏହି ଦିବସରେ ନିଜ ଟ୍ଵିଟର୍‌ରେ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିଶ୍ୱର ଅନ୍ୟମହିଳାଙ୍କୁ ମଧ୍ୟ ଏହି ଦିବସର ଅଭିନନ୍ଦନ ଜଣାଇଛନ୍ତି। ଟ୍ଵିଟର୍‌ରେ ସେ ଅନୁଷ୍କାଙ୍କ ସହ ଏକ ଫଟୋ ଛାଡ଼ିଛନ୍ତି। ଏଥିରେ ସେ ଲେଖିଛନ୍ତି ଜୀବନରେ ମୋ ପାଇଁ ପତ୍ନୀ ଅସାଧାରଣ। ‘‘ପୁରୁଷ ଏବଂ ମହିଳା ସମାନ ନୁହନ୍ତି। ମୁଁ ସତରେ ଇଛାକରେ ଆମେ ଏକ। ତଥ୍ୟ କହୁଛି ମହିଳାମାନେ ଆମଠୁ କୌଣସି ଗୁଣରେ କମ୍‌ ନୁହନ୍ତି। ଯୌନ ଶୋଷଣ, ଭେଦଭାବ, ଲିଙ୍ଗବାଦ, ଘରୋଇ ଦୁରପଯୋଗ, ହିଂସାର ଧମକ ଇତ୍ୟାଦି ଇତ୍ୟାଦି ପରେ ବି ମହିଳାମାନେ ସେମାନଙ୍କ ଜୀବନରେ ସବୁକ୍ଷତ୍ରରେ ଆଗକୁ ବଢ଼ୁଛନ୍ତି ଏବଂ ଚମକ ମଧ୍ୟ ଦେଖାଉଛନ୍ତି। ଏବେ ଆମେ ବିଶ୍ୱାସ କରିପାରିବାନି କି ସେମାନେ ଆମ ସହ ସମାନ ନୁହଁନ୍ତି? ନା, ସେମାନେ ସମାନତାଠୁ ଉପରେ। ବିଶ୍ୱର ସମସ୍ତ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅଭିନନ୍ଦନ’’ ବୋଲି କୋହଲି ଟ୍ଵିଟର୍‌ରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର