ସିଲି ପଏଣ୍ଟ୍‌: ନତାଶା ଜିତିଲେ ହାର୍ଦିକ ହୃଦୟ

ନୂଆଦିଲ୍ଲୀ: ପୁଣି ଚର୍ଚାକୁ ଆସିଛନ୍ତି ‌ଭାରତୀୟ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ‌ଅଭିନେତ୍ରୀ ପ୍ରେମିକା ନତାଶା ଷ୍ଟଙ୍କଭିକ। ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଶଂସକ ମନ ଜିତି ଆସୁଥିବା ଏହି ଲୋକପ୍ରିୟ କ୍ରିକେଟ୍-ବଲିଉଡ୍ ପ୍ରେମୀ ଯୁଗଳ ରବିବାର ନିଜର ଆଉ ଏକ ସୁନ୍ଦର ଫଟୋ ଛାଡ଼ିଛନ୍ତି। ସର୍ବିୟ ଅଭିନେତ୍ରୀ ନତାଶା ଫଟୋଟିକୁ ପ୍ରକାଶ କରିବା ପରେ ଏହାକୁ ଏକ ଲକ୍ଷରୁ ଅଧିକ ଲାଇକ୍ ମିଳି ଯାଇଛି। ଏଥିରେ ନତାଶା ଅବେଗପୂର୍ଣ୍ଣ ଢଙ୍ଗରେ ହାର୍ଦିକଙ୍କ ଗାଲରେ ଚୁମ୍ବନ ଆଙ୍କୁଥିବା ‌ଦେଖିବାକୁ ମିଳୁଛି। ହାର୍ଦିକଙ୍କୁ ମଧ୍ୟ ଏହି ଫଟୋଟି ବେଶ୍ ପସନ୍ଦ ଆସିଛି। ସେଥିପାଇଁ ସେ ଏହି ଫଟୋ ତଳେ ଏକ ହୃଦୟ ଚିତ୍ର ପ୍ରକାଶ କରି ନତାଶାଙ୍କ ପ୍ରତିଥିବା ନିଜ ଭଲ ପାଇବାକୁ ଦର୍ଶାଇଛନ୍ତି।

ଏହା ପୂର୍ବରୁ ହାର୍ଦିକ ଘରୋଇ କ୍ରିକେଟ୍ ଖେଳୁଥିବାର ଏକ ପୁରୁଣା ଭିଡିଓ ପ୍ରକାଶ କରିଥିଲେ। ଯେଉଁଥିରେ ସେ ଛକା, ଚୌକା ବର୍ଷା କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଗତମାସରେ ହାର୍ଦିକ ମଧ୍ୟ ନତାଶା, ବଡ଼ ଭାଇ କ୍ରୁନାଲ ଓ ତାଙ୍କ ପତ୍ନୀଙ୍କ ସହ ନିଜ ପୋଷା କୁକୁରକୁ ଗାଧୋଇ ଦେଉଥିବାର ଫଟୋ ପ୍ରକାଶ କରିଥିଲେ, ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରିଥି‌ଲେ। ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପାଇଁ ସଂପ୍ରତି କ୍ରିକେଟ୍ ଖେଳ ବନ୍ଦ ଥିବାରୁ ହାର୍ଦିକ ନିଜ ପରିବାର ଓ ନତାଶାଙ୍କ ସହ ସମୟ କଟାଉଛନ୍ତି।

ସମ୍ବନ୍ଧିତ ଖବର