ସିଲି ପଏଣ୍ଟ୍‌, ପାଣ୍ଡ୍ୟା-ନତାଶାଙ୍କ ଭାଲେଣ୍ଟାଇନ୍ସ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ପ୍ରେମିକା ନତାଶା ଷ୍ଟାଙ୍କୋଭିକଙ୍କ ଭାଲେଣ୍ଟାଇନ୍ ଡେ’ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋକୁ ପ୍ରକାଶ କରିବା ପରେ ତାଙ୍କ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ଫଟୋଟିରେ ପାଣ୍ଡ୍ୟା ଓ ନତାଶା ରୋମାଣ୍ଟିକ୍ ଡିନରରେ ଯାଇଥିବା ଦେଖିବାକୁ ମିଳୁଛି। ଏହା ତଳେ ପାଣ୍ଡ୍ୟା ଲେଖିଛନ୍ତି ଯେ ମୋ ଭାଲେଣ୍ଟାଇନ୍ ଜୀବନ ପାଇଁ। ପାଣ୍ଡ୍ୟା ଓ ନତାଶା ନୂଆବର୍ଷ ଅବସରରେ ନିର୍ବନ୍ଧ କରିଥିଲେ। ସେବେଠାରୁ ଏହି ଯୋଡ଼ି ଚର୍ଚାରେ ରହି ଆସୁଛନ୍ତି। ଉଭୟଙ୍କର ଆହୁରି ଅନେକ ଫଟୋ ମଧ୍ୟ ଭାଇରାଲ ହୋଇସାରିଛି। ଆହତ ହୋଇ ପାଣ୍ଡ୍ୟା ସଂପ୍ରତି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଅନ୍ୟ ପକ୍ଷରେ ନତାଶା ହେଉଛନ୍ତି ଜଣେ ବଲିଉଡ୍ ଅଭିନେତ୍ରୀ ଓ ଡ୍ୟାନ୍ସର।

ସମ୍ବନ୍ଧିତ ଖବର