ମୁମ୍ବାଇ: କ୍ରିକେଟ୍-ବଲିଉଡ୍ ସଂପର୍କ ବହୁ ପୁରୁଣା। ମନସୁର ଅଲ୍ଲୀ ଖାନ୍ ପଟୋଦି-ଶର୍ମିଳା ଟାଗୋରଙ୍କଠାରୁ ଆରମ୍ଭ କରି ବିରାଟ କୋହଲି-ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ଏଭଳି ଯୋଡ଼ିଙ୍କ ତାଲିକା ବହୁ ଲମ୍ବା। ଏବେ ଏହି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ଯୁବ ତାରକା ଲୋକେଶ ରାହୁଲ ସାମିଲ ହୋଇଛନ୍ତି। ରାହୁଲ ଏବେ ଅଭିନେତ୍ରୀ ତଥା େଟଲିଭିଜନ ଉପସ୍ଥାପିକା ଏଲିଜିର ନହରଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ସାମାଜିକ ଗଣାମାଧ୍ୟମରେ ସବୁବେଳେ ସକ୍ରିୟ ରହୁଥିବା ନହରଙ୍କର ବେଙ୍ଗାଲୁରୁ ଫୁଟବଲ୍ କ୍ଲବ ସହ ନିବିଡ଼ ସଂପର୍କ ରହିଛି। ରାହୁଲ ଏବଂ ନହରଙ୍କୁ ଅନେକ ପାର୍ଟି ଏବଂ ଉତ୍ସବରେ ଏକାଠି ଦେଖିବାକୁ ମିଳୁଛି। ଉଭୟ ମଧ୍ୟ ସେମାନଙ୍କ ସଂପର୍କକୁ ସାଧାରଣରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ୨୪ ବର୍ଷୀୟା ନହର ଜଣେ ମଡେଲ ମଧ୍ୟ।
ସିଲି ପଏଣ୍ଟ୍, ଚର୍ଚାରେ ରାହୁଲ-ନହର ଯୋଡ଼ି
/sambad/media/post_attachments/wp-content/uploads/2018/10/rahul-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)