ସିଲି ପଏଣ୍ଟ୍‌: ନିଧିଙ୍କ ସହ ପ୍ରେମ ସମ୍ପର୍କକୁ ରାହୁଲଙ୍କ ଅସ୍ୱୀକାର

ମୁମ୍ବାଇ: ଭାରତୀୟ କ୍ରିକେଟର୍‌ ଲୋକେଶ ରାହୁଲ ‘ମୁନା ମାଇକେଲ୍‌’ର ଅଭିନେତ୍ରୀ ନିଧି ଅଗ୍ରଓ୍ଵାଲ୍‌ଙ୍କ ସହ ପ୍ରେମ ସମ୍ପର୍କକୁ ଅସ୍ୱରକାର କରିଛନ୍ତି। ରବିବାର ଏକ ଟିଭି କାର୍ଯ୍ୟକ୍ରମ ‘ଓପନ୍‌ ହାଉସ୍‌ ଓ୍ଵିଥ୍‌ ରେନିଲ୍‌’ରେ ରାହୁଲ ନିଜର ମନର କଥା କହିଥିଲେ। ନିଧିଙ୍କ ସହ କି ସମ୍ପର୍କ ରହିଛି ପ୍ରଶ୍ନର ଉତ୍ତର ରଖି ରାହୁଲ କହିଥିଲେ, କଲେଜ ସମୟରୁ ଆମେ ଉଭୟ ଉଭୟଙ୍କୁ ଚିହ୍ନିଛୁ। ଆମେ କେବଳ ଭଲ ସାଙ୍ଗ ଏବଂ ଆଉ ଯାହା ଶୁଣିବାକୁ ମିଳୁଛି ସବୁ ମିଛ। କ୍ରିକେଟର୍‌ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନିଜ ସମ୍ପର୍କକୁ ନେଇ ରାହୁଲ କହିଥିଲେ, ମେଲ୍‌ବର୍ନରେ ଏକ ମ୍ୟାଚ୍‌ରେ ମୋର ପ୍ରଦର୍ଶନ ଖରାପ ଥିଲା। ଏଥିପାଇଁ ମୁଁ ଦୁଃଖ କରିବା ସହ ଓ ଉଦାସ ଥିଲି। ଏହା ଦେଖି ଅନୁଷ୍କା ମୋ ପାଖକୁ ଆସିଲେ। ମୋତେ ବିରାଟ ଏବଂ ତାଙ୍କ ସହ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ରାତ୍ରି ଭୋଜନ ସମୟରେ ଏହି ଦମ୍ପତି ସେମାନଙ୍କର କଷ୍ଟକର ସମୟର କଥା ବଖାଣିଥିଲେ। କିଭଳି ଅସୁବିଧାକୁ ସହଜରେ ସାମ୍‌ନା କରିହେବ ମୋତେ ବୁଝାଇଥିଲେ। ମୋ ଏକୁଟିଆ ପଣକୁ ଭାଙ୍ଗିଥିଲେ। ବିରାଟ ଓ ଅନୁଷ୍କା ହେଉଛନ୍ତି ଅଦ୍ଭୁତ ଯୋଡ଼ି। ତାଙ୍କ ସହ ସେହି ରାତି ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା ବୋଲି ରାହୁଲ୍‌ କହିଥିଲେ।

ସମ୍ବନ୍ଧିତ ଖବର