ରାଞ୍ଚି: କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ଧର୍ମପତ୍ନୀ ସାକ୍ଷୀ ଧୋନିଙ୍କ ଜୀବନ ପ୍ରତି ବିପଦ ଅଛି। ସେଥିଲାଗି ସେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଏହା ଦ୍ୱାରା ଘରେ ଓ ବାହାରେ ସାକ୍ଷୀ ନିଜର ସୁରକ୍ଷା ନିଜେ କରି ପାରିବେ ବୋଲି ତାଙ୍କ ଆବେଦନ ପତ୍ରରେ ଦର୍ଶାଇଛନ୍ତି। ଏହି କ୍ଷେତ୍ରରେ ମାହି କିନ୍ତୁ ସାକ୍ଷୀଙ୍କଠାରୁ ଢେର ଆଗରେ ରହିଛନ୍ତି। ଧୋନି ୨୦୧୦ରୁ ନିଜ ନାଁରେ ବନ୍ଧୁକ ରଖିବା ଲାଇସେନ୍ସ ନେଇ ସାରିଛନ୍ତି। ଅନ୍ୟପକ୍ଷରେ ସାକ୍ଷୀ ନିକଟରେ ଏଥିଲାଗି ଆନୁଷ୍ଠାନିକ ଆବେଦନ କରିଛନ୍ତି। ସେ .୩୨ ଏମ୍ଏମ୍ ବନ୍ଧୁକ ଲାଇସେନ୍ସ ନେବାକୁ ଚାହୁଁଥିବା ଜଣାପଡ଼ିଛି। ଘରେ ଅଧିକାଂଶ ସମୟ ଏକୁଟିଆ ରହୁଥିବାରୁ ଏବଂ ଘରୋଇ କାମ ପାଇଁ ଅନେକ ସମୟରେ ଏକୁଟିଆ ଯାତ୍ରା କରୁଥିବାରୁ ସୁରକ୍ଷା ଦୃଷ୍ଟିରୁ ପାଖରେ ନିଜସ୍ୱ ବନ୍ଧୁକ ରଖିବା ତାଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସାକ୍ଷୀ ମଧ୍ୟ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ସେପଟେ ଧୋନି ପ୍ରଥମେ ୨୦୦୮ରେ ୯ ଏମ୍ଏମ୍ ବନ୍ଧୁକ ଲାଇସେନ୍ସ ଲାଗି ଆବେଦନ କରିଥିଲେ। ସେତେବେଳେ କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲା। ହେଲେ ସେ ପୁଣି ଥରେ ୨୦୧୦ରେ ଏଥିଲାଗି ଆବେଦନ କରିଥିଲେ। ଯାହାକୁ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଥିଲା। ତେବେ ଧୋନି ସଂପ୍ରତି ଝାଡ଼ଖଣ୍ଡ ସରକାରଙ୍କଠାରୁ ବ୍ୟକ୍ତିଗତ ଭାବେ ଓ୍ଵାଇ ଶ୍ରେଣୀୟ ସୁରକ୍ଷା ପାଇଛନ୍ତି। ତାଙ୍କ ଘରକୁ ପୁଲିସ କର୍ମଚାରୀ ବର୍ଷ ସାରା ଜଗି ରହୁଛନ୍ତି। ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନଠାରୁ ହାରିଯିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆ ଯାଇଥିଲା। ତେବେ ଗତବର୍ଷର ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ଅବସରରେ ଧୋନି କୋଲ୍କାତା ପୁଲିସର ସୁଟିଂ ରେଞ୍ଜ୍ରେ ନିଜ ବନ୍ଧୁକ ଚାଳନା ଦକ୍ଷତାର ପରିଚୟ ଦେଇଥିଲେ। ଲାଇସେନ୍ସ ପାଇବା ପରେ ସାକ୍ଷୀ ମଧ୍ୟ ସେଠାକୁ ଯାଇ ସ୍ୱ ଦକ୍ଷତା ଦେଖାଇବେ ବୋଲି କୋଲ୍କାତା ପୁଲିସ ଆଶା ରଖିଛି।
ସିଲି ପଏଣ୍ଟ୍: ସାକ୍ଷୀଙ୍କ ଜୀବନ ପ୍ରତି ବିପଦ!
ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ
/sambad/media/post_attachments/wp-content/uploads/2018/06/sakhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)