ସିଲି ପଏଣ୍ଟ୍‌, ବାଘକୁ ‌ଭେଟିଲା ବାଘ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶନିବାର ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଟାରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଉଠାଇଥିବା ଏକ ମହାବଳ ବାଘର ଫଟୋକୁ ପ୍ରକାଶ କରିଥିଲେ। ଫଟୋଟିକୁ ପ୍ରକାଶ କରି ଧୋନି ତା’ ତଳେ ‌ଲେଖିଥିଲେ ଯେ ଯେତେବେଳେ ଆପଣ ନିଜେ ଏକ ବାଘକୁ ଠାବ କରନ୍ତି ଏବଂ ସେ ଫଟୋ ନେବା ପାଇଁ କିଛି ସମୟ ଆପଣଙ୍କୁ ଦେଇଥାଏ। କ୍ଷଣକ ଭିତରେ ତାଙ୍କର ଏହି ପୋଷ୍ଟ ପୂରା ଭାଇରାଲ ହୋଇ ଯାଇଥିଲା। ଶନିବାର ସଂଧ୍ୟା ସୁଦ୍ଧା ଏହାକୁ ୯.୧ ଲକ୍ଷ ଲୋକ ଦେଖି ସାରିଥିଲେ। ପ୍ରଶଂସକମାନେ ଫଟୋଟିକୁ ଦେଖି ଅନେକ ମଜାଦାର ଓ କୌତୁକିଆ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଅନେକ କ୍ରିକେଟ୍ ପଡ଼ିଆରେ ଧୋନିଙ୍କ ଅନୁପସ୍ଥିତିକୁ ଅନୁଭବ କରୁଥିବା ନିଜ ପ୍ରତିକ୍ରିୟାରେ କହିଥିଲେ। ଅଧିକାଂଶ ପ୍ରଶଂସକ କିନ୍ତୁ ବାଘକୁ ଭେଟିଲା ବାଘ ବୋଲି ଲେଖିଥିଲେ। କେହି କେହି ଧୋନିଙ୍କୁ ସିଂହ ସହ ବି ତୁଳନା କରିଥିଲେ।

ସମ୍ବନ୍ଧିତ ଖବର