ସିଲି ପଏଣ୍ଟ୍: ବିରାଟଙ୍କ ଟି-ସାର୍ଟରେ ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ ଫଟୋ ଚର୍ଚିତ ହୋଇଛି। ଏଥିରେ ବିରାଟ ନଦୀ କୂଳରେ ଧଳା ଟି-ସାର୍ଟ ପିନ୍ଧି ବସିଥିଲା ବେଳେ ଛାତିରେ ‘ଏ’ ଏବଂ ତା’ ଉପରେ ହୃଦୟ ଚିହ୍ନ ଥିବା ଦେଖିବାକୁ ମିଳୁଛି। ଯାହା ପତ୍ନୀ ଅନୁଷ୍କାଙ୍କ ପ୍ରତି କୋହଲିଙ୍କ ଭଲ ପାଇବାକୁ ଦର୍ଶାଉଛି। ଇନ୍‌ଷ୍ଟାଗ୍ରାମରେ କୋହଲି ପ୍ରକାଶ କରିଥିବା‌ ଏହି ଫଟୋ ତଳେ ବିଶେଷ କିଛି ଲେଖି ନାହାନ୍ତି। ହେଲେ ଫଟୋଟିକୁ କିଏ ଉଠାଇଛନ୍ତି, ସେକଥା ଜଣାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ କାମ କଲାବେଳେ ଧରାପଡ଼ିଗଲି, ଫଟୋ ଉଠାଇଛନ୍ତି ଅନୁଷ୍କା ଶର୍ମା। ବିରାଟ ପ୍ରକାଶ କରିଥିବା ଏହି ଫଟୋକୁ ଅନୁଷ୍କା ବି ବହୁତ ପସନ୍ଦ କରିଛନ୍ତି। ଫଟୋଟିକୁ ପୁନଃ ପ୍ରକାଶ କରି ତା’ ତଳେ ସେ ଏକ ବଡ଼ ହୃଦୟ ଚିହ୍ନ ରଖିଛନ୍ତି।

ସମ୍ବନ୍ଧିତ ଖବର