ରାଉରକେଲା: ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ(ସେକ୍ଟର-୨୦) ଆୟୋଜିତ ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ(ସିଆଇଏସ୍ସିଇ) ଆଞ୍ଚଳିକ ହକି ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ୧୪ ବର୍ଷରୁ କମ୍ ବର୍ଗରେ ରାଉରକେଲା ଜୋନ୍ ବିଜୟୀ ହୋଇଥିଲାବାବେଳେ ଝାରସୁଗୁଡା ଜୋନ୍ ଉପବିଜେତା ହୋଇଛି। ସେହିଭଳି ୧୭ ବର୍ଷରୁ କମ୍ ବର୍ଗରେ ଭୁବନେଶ୍ୱର ଜୋନ୍ ବିଜେତା ଓ ରାଉରକେଲା ଜୋନ୍ ଉପବିଜେତା ଏବଂ ୧୯ ବର୍ଷରୁ କମ୍ ବର୍ଗରେ ରାଉରକେଲା ଜୋନ୍ ବିଜେତା ଓ ବାଲେଶ୍ଵର ଜୋନ୍ ଉପବିଜେତା ହୋଇଛି।
/sambad/media/post_attachments/wp-content/uploads/2024/07/7f6cf09c-de9b-440e-a8cb-b91b6da6076e.jpeg)
ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଆୟୋଜିତ ପ୍ରତିଯୋଗିତାରେ ୪ ଟି ଜୋନ, ଯଥା-ବାଲେଶ୍ଵର, ଝାରସୁଗୁଡା, ରାଉରକେଲା ଓ ଭୁବନେଶ୍ୱରରୁ ୧୩୮ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷକ ରାଜୁ ସାଇନି, ସୁନୀଲ ତିର୍କି, ସଞ୍ଜୀବ ଖାଲକୋ, ବର୍ନାଥ ଲାକ୍ରା, ପିଟର ତିର୍କି ଓ ଆରଏସପି କ୍ରୀଡା ବିଭାଗର ଜେ.ମହନ୍ତ ମ୍ୟାଚ୍ ପରିଚାଳନା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସହରସେବା ବିଭାଗର ଭାରପ୍ରାପ୍ତ ଜିଏମ ଟି.ଜି. କାନେକର, ଏ.କେ. ସାବତ, ଆଇଇଏମଏସର ଅଧ୍ୟକ୍ଷତା ଡ. ସୁଶ୍ରୀତା ଦାସ ପ୍ରମୁଖ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/f73b1060-0327-4c8a-9132-b2a2390c23ac.jpeg)