ଓଡ଼ିଶା ସିକେ ନାଇଡୁ ଦଳରେ ୨ ପରିବର୍ତନ

କଟକ: ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଜମ୍ମୁ କାଶ୍ମୀର ବିପକ୍ଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତନ କରାଯାଇଛି। ନିର୍ନିମେସ ଜେନା ଓ ଜ୍ଞାନଜ୍ୟୋତି ରାଏଙ୍କୁ ବାଦ୍‌ ଦିଆଯାଇ ଅ˚ଶୁମାନ ମିଶ୍ର ଓ ଆଶିଷ କୁମାର ପ୍ରଧାନଙ୍କୁ ସାମିଲ କରାଯାଇଛି। ବୁଧବାର ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ ଦୁଇ ଦଳଙ୍କ ମଧ୍ୟରେ ପଏଣ୍ଟ ଭାଗ କରି ଦିଆଯାଇଛି।
ଓଡ଼ିଶା ଦଳ: ସନ୍ଦୀପ ପଟ୍ଟନାୟକ, ଅମ୍ରିତ ଖଟୁଆ, କାର୍ତ୍ତିକ ବିଶ୍ବାଳ, ସୌଭାଗ୍ୟ ମିଶ୍ର, ରାଜକିଷନ ପଟେଲ, ଆଶିଷ ରାଏ, ଅୟସକାନ୍ତ ସାହୁ, ସୌରଭ କାନୋଜିଆ, କ୍ଷମାସାଗର ବଳ, ତାରିଣୀ ସ, ସୁନିଲ ରାଉଳ, ପ୍ରତୀକ ତ୍ରିପାଠୀ, ଅଭିଜିତ ପ୍ରସାଦ ଘନ, ଅ˚ଶୁମାନ ମିଶ୍ର, ଆଶିଷ କୁମାର ପ୍ରଧାନ।

ସମ୍ବନ୍ଧିତ ଖବର