ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ୨୩ ବର୍ଷରୁ କମ୍ ଓଡ଼ିଶା-ଛତିଶଗଡ ସିକେ ନାଇଡୁ କ୍ରିକେଟର ପ୍ରଥମ ପାଳିରେ ଓଡ଼ିଶା ୪ ଓ୍ଵିକେଟ ହରାଇ ୭୯ ରନ୍ କରିଛି।
ରବିବାର ବର୍ଷା ଯୋଗୁଁ ପ୍ରଥମ ଦିନ ଖେଳକୁ ବାତିଲ କରି ଦିଆଯାଇଥିଲା। ସୋମବାର ଦିନ ଦେଢଟା ବେଳେ ଟସ୍ ହୋଇଥିଲା। ଛତିଶଗଡ ଅଧିନାୟକ ସକିବ ଅହମ୍ମଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି କରିଥିଲେ। ଓଡ଼ିଶା ପାଇଁ ଦେବାଶିଷ ସମାନ୍ତରାୟ ଓ ରାଜେଶ ଧୂପର୍ ବେଟିଂ କରିବାକୁ ଆସିଥିଲେ। ୪ ଓଭର୍ରେ ଦଳୀୟ ରନ୍ ୧୦ ଥିବା ବେଳେ ବାମହାତୀ ବ୍ୟାଟସ୍ମ୍ୟାନ ଦେବାଶିଷ ୧୪ ବଲ୍ରୁ ୨ ରନ୍ କରି ବୋଲର୍ ରବି ସିଂହଙ୍କୁ ଓ୍ଵିକେଟ ଦେଇଥିଲେ। ଏହାପରେ ଅବିନାଶ ନାୟକ ୫ ରନ୍ କରିଥିବା ବେଳେ ଛତିଶଗଡ ଅଧିନାୟକ ସକିବଙ୍କ ଦ୍ୱାରା ବୋଲ୍ଡ ହେଇଥିଲେ। ଓଡ଼ିଶା ଅଧିନାୟକ ଦେବେନ୍ଦ୍ର କଓ୍ଵଁର ଓ ରାଜେଶ ଧୂପର ଉତ୍ତମ ବୁଝାମଣା ସହ ଖେଳିଥିଲେ। ୨୧ ରନ୍ କରିଥିବା ଦେବେନ୍ଦ୍ର ଅଜୟ ମଣ୍ଡଳଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ବଦଳ ଖେଳାଳି ଭେଙ୍କଟେଶ ଭାଣ୍ଡେ ୧୦ ରନ୍ କରି ରବି ସିଂଙ୍କ ଶିକାର ହୋଇଥିଲେ। ପ୍ରଥମ ପାଳି ଶେଷ ବେଳକୁ ରାଜେଶ ଧୂପର ୩୧ ଓ ସତ୍ୟଜିତ ସାବତ ୪ ରନ୍ କରିଥିଲେ। ଓଡ଼ିଶା ଦଳ ୩୯ ଓଭର ବ୍ୟାଟିଂ କରି ୭୯ ରନ କରିଥିବା ବେଳେ ୪ ଓ୍ଵିକେଟ ହରାଇଛି। ସୂଚନାଯୋଗ୍ୟ ଗତ ବର୍ଷ ସିକେ ନାଇଡୁରେ ଦେବେନ୍ଦ୍ର ଗୋଆ ବିପକ୍ଷରେ ୧୯୯ ରନ୍ର କରିଥିଲେ।
ସିକେ ନାଇଡୁ ଟ୍ରଫି: ଓଡ଼ିଶା ୭୯/୪
/sambad/media/post_attachments/wp-content/uploads/2017/10/cricket1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)