ଓଡ଼ିଶା ୧୭୩, ମଧ୍ୟପ୍ରଦେଶ ୬୨/୧ 

କଟକ: ଇନ୍ଦୋରରେ ରବିବାରଠୁ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ବିପକ୍ଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ପାଳି ୧୭୩ ରନ୍‌ରେ ଅଟକିଯାଇଛି। ଜବାବରେ ଘରୋଇ ମଧ୍ୟପ୍ରଦେଶ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୬୨ ରନ୍‌ କରିନେଇଛି।
ଓଡ଼ିଶା ପକ୍ଷରୁ ଦୁଇ ରଣଜୀ ତାରକା ସନ୍ଦୀପ ପଟ୍ଟନାୟକ ଓ ରାଜେଶ ଧୂପର ପାଳି ଆରମ୍ଭ କରିଥିଲେ। ସନ୍ଦୀପ (୧୫) ଓ ଅବିନାଶ ନାୟକ (୪) ସଅଳ ପାଭିଲିଅନ୍‌ ଫେରିଥିଲେ। ତେବେ ରାଜେଶ ଓ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ତୃତୀୟ ଓ୍ଵିକେଟରେ ଅର୍ଧଶତକୀୟ ଭାଗୀଦାରି କିଛିଟା ସମ୍ମାନ ରଖିଥିଲା। ମାତ୍ର ଦେବାଶିଷ (୩୨) ଆଉଟ ହେବା ପରେ ବ୍ୟାଟିଂକ୍ରମ ପୁଣି ଭୁଶୁଡ଼ି ଯାଇଥିଲା। ରାଜେଶ ୨୯, ଶୁଭ୍ରାଂଶୁ ସେନାପତି ୧୮, ଦେବେନ୍ଦ୍ର କୁଅଁର ୫, ସର୍ବେଶ୍ୱର ମହାନ୍ତି ୬ ରନ୍‌ କରି ଆଉଟ ହୋଇଥିଲା ବେଳେ ନିମ୍ନକ୍ରମରେ ଜାମେଲା ଭଞ୍ଜନ ମହାପାତ୍ର (୨୪) ଓ ଶୁଭମ୍‌ ନାୟକ (୨୩) ଅଷ୍ଟମ ଓ୍ଵିକେଟରେ ୪୧ ରନ୍‌ ଯୋଡ଼ିବାରୁ ଦଳ ୧୫୦ ରନ୍‌ ଟପି ପାରିଥିଲା। ଓଡ଼ିଶା ପ୍ରଥମ ପାଳିରେ ୬୬ ଓଭର ଖେଳି ୧୭୩ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ମଧ୍ୟପ୍ରଦେଶର ସଫଳ ବୋଲର ଭାବେ ମହମ୍ମଦ ଆଶ୍ରଦ ଖାନ୍‌ ୫ ଓ ଭେଙ୍କଟେଶ ଆୟାର ୩ ଓ୍ଵିକେଟ ନେଇଥିଲେ। ପ୍ରଥମ ଦିନର ଶେଷ ସୁଦ୍ଧା ଘରୋଇ ଦଳ ୨୨ ଓଭରରେ ୧ ଓ୍ଵିକେଟ ହରାଇ ୬୨ ରନ୍‌ କରିଛି।

ସମ୍ବନ୍ଧିତ ଖବର