ବଲାଙ୍ଗୀର: ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିର ଦ୍ୱିତୀୟ ଦିବସରେ ସ୍ବସ୍ତିକ ସାମଲ, ଅନିଲ ପରିଡ଼ା ଓ ସୌରଭ ଗୌଡ଼ ଓଡ଼ିଶାକୁ ବିପର୍ଯ୍ୟୟରୁ ରକ୍ଷା କରିଛନ୍ତି। ଏପରିକି ଖରାପ ସ୍ଥିତିରୁ ବାହାରି ପ୍ରଥମ ପାଳିରେ ଓଡ଼ିଶା ୧୩୧ ରନ୍ର ଅଗ୍ରଣୀ ପାଇଥିଲା। ପରେ ଦ୍ବିତୀୟ ପାଳିରେ ମେଘାଳୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୩ ୱିକେଟ୍ ବିନିମୟରେ ୧୨ ରନ୍ ସଂଗ୍ରହ କରିଛି। ଆଶୁତୋଷ ଛୁରିଆ ୨ ଏବଂ କ୍ରୀଷ୍ଣା ପଲାଇ ୧ ୱିକେଟ୍ ନେଇଛନ୍ତି। ମେଘାଳୟର ପ୍ରଥମ ପାଳିକୁ ଓଡ଼ିଶା ବୋଲର ୨୦୧ ରନ୍ରେ ସୀମିତ ରଖିଥିଲେ ମଧ୍ୟ ଘରୋଇ ଦଳ ପ୍ରଥମ ଦିନ ୯୬/୫ରେ ସଂଘର୍ଷ କରୁଥିଲା। ସୋମବାର କିନ୍ତୁ ସ୍ବସ୍ତିକ ସାମଲ (୮୮) ଏବଂ ଅନିଲ ପରିଡ଼ା (୮୦) ଷଷ୍ଠ ୱିକେଟ୍ ପାଇଁ ୧୨୬ ରନ୍ ଯୋଡ଼ି ଓଡ଼ିଶାକୁ ଅଗ୍ରଣୀ ଦେବା ସହ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ନିମ୍ନକ୍ରମରେ ୱିକେଟରକ୍ଷକ ବ୍ୟାଟର୍ ସୌରଭ କୁମାର ଗୌଡ଼ (୫୫), ଅୟସକାନ୍ତ ସାହୁ (୨୩) ଏବଂ କ୍ରୀଷ୍ଣା ପଲାଇ (୧୭ ରନ୍) ଙ୍କ ରକ୍ଷଣାତ୍ମକ ବ୍ୟାଟିଂ ଯୋଗୁଁ ଓଡ଼ିଶା ପାଳି ୩୩୨ ରନ୍ରେ ଶେଷ ହୋଇଥିଲା। ମେଘାଳୟର ମନୀଷ ୪ ଓ ରାମ ୩ ୱିକେଟ୍ ନେଇଥିଲେ।
ସିକେ ନାୟୁଡୁ ଟ୍ରଫି: ଓଡ଼ିଶାକୁ ଅଗ୍ରଣୀ ଦେଲେ ସ୍ବସ୍ତିକ, ଅନିଲ, ସୌରଭ
/sambad/media/post_attachments/wp-content/uploads/2023/02/d546g65d4ag65d4gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)