ସିକେ ନାୟୁଡୁ ଟ୍ରଫି: ସ୍ବସ୍ତିକଙ୍କ ଶତକ; ଓଡ଼ିଶା ୩୦୨/୪

କଟକ: ଟାଙ୍ଗୀ ସ୍ଥିତ ଡ୍ରିମ୍‌ସ ଷ୍ଟାଡିୟମରେ ଚାଲିଥିବା ବରୋଦା ବିପକ୍ଷ ସିକେ ନାୟୁଡୁ ଟ୍ରଫିର ତୃତୀୟ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ସୁଦ୍ଧା ଘରୋଇ ଓଡ଼ିଶା ଦଳ ୪ ୱିକେଟ୍ ମିନିମୟରେ ୩୦୨ ରନ୍ କରିଛି। ସ୍ବସ୍ତିକ ସାମଲ (୧୦୯* ରନ୍, ୨୩୮ ବଲ୍‌, ୧୩ ଚୌକା, ୨ ଛକା) ଶତକ ହାସଲ କରି ଅପରାଜିତ ରହିଥିଲା ବେଳେ ତାଙ୍କୁ ପୂର୍ଣ୍ଣ ସହଯୋଗ ଦେଇ ଅନିଲ ପରିଡା ୭୧ (୧୪୨ ବଲ୍‌, ୭ ଚୌକା, ୨ ଛକା) ରନ୍‌ରେ ଅପରାଜିତ ରହିଛନ୍ତି। ବରୋଦା ଦଳ ପ୍ରଥମ ପାଳିରେ ୪୯୨ ରନ୍ କରିଥିବାରୁ ଓଡ଼ିଶା ଏବେ ପାଳି ଅଗ୍ରଣୀ ଲକ୍ଷ୍ୟରେ ରହିଛି। ଆସନ୍ତାକାଲି ଶେଷ ଦିନ ଥିବାରୁ ମ୍ୟାଚ୍ ଅମୀମାଂସିତ ରହିବା ଏକ ପ୍ରକାର ନିଶ୍ଚିତ। ତଥାପି ଉଭୟ ଦଳ ପାଳି ଅଗ୍ରଣୀ ଲକ୍ଷ୍ୟ ରଖିଛନ୍ତି। ହାତ‌ରେ ୬ ୱିକେଟ୍‌ ଥାଇ ଓଡ଼ିଶା ଏବେ ବି ୧୯୦ ରନ୍‌ ପଛରେ ରହିଛି।

ସମ୍ବନ୍ଧିତ ଖବର