ଓଡ଼ିଶା ନିରାଶ: ଜମ୍ମୁ ବିନା ୱିକେଟ୍‌ରେ ୩୪୫

ସିକେ ନାଇଡୁ ଟ୍ରଫି

ବଲାଙ୍ଗୀର ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ସୋମବାରଠାରୁ ୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି ଆରମ୍ଭ ହୋଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଜମ୍ମୁକାଶ୍ମୀର ଦଳ ପ୍ରଥମେ ଦିନ କୌଣସି ୱିକେଟ୍‌ ନହରାଇ ୩୪୫ର ବଡ଼ ସ୍କୋର୍‌ ଛିଡ଼ା କରିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ ସୂର୍ଯ୍ୟାଂଶ ରାଇନା (୧୮୨) ଓ ଅଭିଶାନ୍ତ ବକ୍ସି (୧୫୧) ଧୂଆଁଧାର ଶତକ ଜମାଇ ଅପରାଜିତ ରହିଛନ୍ତି। ସନ୍ଦୀପ ପଟ୍ଟନାୟକଙ୍କ ନେତୃତ୍ବରେ ଖେଳିଥିବା ଓଡ଼ିଶା ଦଳର ବୋଲରମାନେ ପ୍ରଥମ ଦିନ ପୂରା ୯୦ ଓଭର ବୋଲିଂ କରିଥିଲେ ବି ଗୋଟିଏ ‌େହଲେ ୱିକେଟ୍‌ ପାଇବାକୁ ସମର୍ଥ ହୋଇନଥିଲେ। ଅଭିଶାନ୍ତ ତାଙ୍କ ପାଳିରେ ୧୭ ଚୌକା ଓ ୨ ଛକା ମାରିଥିଲା ବେଳେ ସୂର୍ଯ୍ୟାଂଶ ୧୫ ଚୌକା ମାରିଛନ୍ତି।

ସମ୍ବନ୍ଧିତ ଖବର