ଭୁବନେଶ୍ବର: ୨୩ ବର୍ଷରୁ କମ୍ ପୁରୁଷ ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ‘କଲୋନେଲ୍ ସିକେ ନାଇଡୁ ଟ୍ରଫି’ର ପ୍ରଥମ ଲିଗ୍ ମ୍ୟାଚ୍ରେ ଓଡ଼ିଶା ପାଇଁ ବିଜୟ ସମ୍ଭାବନା ସୃଷ୍ଟି ହୋଇଛି। ଓମ୍ ଟି ମୁଣ୍ଡେ(୧୦୭)ଙ୍କ ଶତକ ବଳରେ ଦ୍ବିତୀୟ ପାଳିରେ ଓଡ଼ିଶା ୨୬୮ ରନ୍ କରିବା ପରେ ହାଇଦ୍ରାବାଦ ସମ୍ମୁଖରେ ୨୩୩ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହା ପରେ ସାଇଦୀପ ମହାପାତ୍ର (୩/୩୦) ଏବଂ ଆଶୁତୋଷ ଛୁରିଆ (୨/୨୫)ଙ୍କ ଶାଣିତ ବୋଲିଂ ବଳରେ ପ୍ରଥମ ପାଳିରେ ଆଗୁଆ ରହିବା ସତ୍ତ୍ବେ ହାଇଦ୍ରାବାଦ ଅଡ଼ୁଆରେ ପଡ଼ିଛି। ଶନିବାର ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଏହି ଦଳ ୭ ୱିକେଟ୍ ହରାଇ ମାତ୍ର ୧୨୬ ରନ୍ କରିପାରିଛି। ହାଇଦ୍ରାବାଦକୁ ବିଜୟ ପାଇଁ ଆଉ ୧୦୭ ରନ୍ ଦରକାର ଥିଲା ବେଳେ ଓଡ଼ିଶା ଆବଶ୍ୟକ କରୁଛି ଏହି ଦଳର ଅବଶିଷ୍ଟ ୩ ୱିକେଟ୍। ଅରାଭେଲି ଅବନୀଶ ହାଇଦ୍ରାବଦ ପକ୍ଷରୁ ସର୍ବାଧିକ ୩୩ ରନ୍ କରିଥିଲା ବେଳେ ପଟାପୁ ରାଘବ ୩୧ ରନ୍ରେ ଅପରାଜିତ ରହିଛନ୍ତି। ଏହା ପୂର୍ବରୁ ଓଡ଼ିଶା ତା’ର ପ୍ରଥମ ପାଳିରେ ମାତ୍ର ୧୫୯ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ୧୯୫ ରନ୍ କରି ୩୬ ରନ୍ର ଅଗ୍ରଣୀ ପାଇଥିଲା। ଓଡ଼ିଶା ଶନିବାର ୧୮୨/୨ରୁ ଖେଳ ଆରମ୍ଭ କରିଥିଲା। ଓମ୍ ଶତକ (୧୦୭) ଅର୍ଜନ କରିଥିଲାବେଳେ ଶ୍ରେୟାଂଶ ଆଚାର୍ଯ୍ୟ ୩୬ ରନ୍ କରିଥିଲେ। ଶେଷ ୮ ୱିକେଟ୍ କିନ୍ତୁ ଓଡ଼ିଶା ୮୬ ରନ୍ରେ ହରାଇଥିଲା।
ସିକେ ନାଇଡୁ ଟ୍ରଫି: ଓମ୍ଙ୍କ ଶତକ, ଓଡ଼ିଶା ପାଇଁ ବିଜୟ ସମ୍ଭାବନା
୨୩ ବର୍ଷରୁ କମ୍ ପୁରୁଷ ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ‘କଲୋନେଲ୍ ସିକେ ନାଇଡୁ ଟ୍ରଫି’ର ପ୍ରଥମ ଲିଗ୍ ମ୍ୟାଚ୍ରେ ଓଡ଼ିଶା ପାଇଁ ବିଜୟ ସମ୍ଭାବନା ସୃଷ୍ଟି ହୋଇଛି। ଓମ୍ ଟି ମୁଣ୍ଡେ(୧୦୭)ଙ୍କ ଶତକ ବଳରେ ଦ୍ବିତୀୟ ପାଳିରେ ଓଡ଼ିଶା ୨୬୮ ରନ୍ କରିବା ପରେ ହାଇଦ୍ରାବାଦ....
/sambad/media/media_files/2025/10/19/fhfshffh-2025-10-19-00-45-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)