ସିକେ ନାଇଡ଼ୁ ଟ୍ରଫି: ଜମ୍ମୁ କଶ୍ମୀର ୬୩୪/୮

ବଲାଙ୍ଗୀର: ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ସିକେ ନାଇଡ଼ୁ ଟ୍ରଫିରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ମଧ୍ୟ ଜମ୍ମୁ-କଶ୍ମୀର ଦଳ ପ୍ରଭାବ ବିସ୍ତାର କରିଛି। ତେବେ ପ୍ରଥମ ଦିବସରେ ସଂପୂର୍ଣ୍ଣ ନିରାଶ ହୋଇଥିବା ଓଡ଼ିଶା ବୋଲର ଦ୍ବିତୀୟ ଦିନ ୮ ୱିକେଟ୍‌ ନେଇ ସମ୍ମାନ ରଖିଛନ୍ତି। ସୋମବାର କୌଣସି ୱିକେଟ୍‌ ନହରାଇ ୩୪୫ ରନ୍‌ କରିଥିବା ଜମ୍ମୁ କଶ୍ମୀର ମଙ୍ଗଳବାର ୮ ୱିକେଟ୍‌ ହରାଇ ୬୩୪ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଛି। ପ୍ରଥମ ଦିବସ ସ୍କୋର୍‌ରେ ଆଉ ୨୮୯ ରନ୍‌ ଯୋଡ଼ି ୮ ୱିକେଟ୍‌ ହରାଇଥିବା ଜମ୍ମୁ କଶ୍ମୀର ୬୩୪/୮ରେ ପ୍ରଥମ ପାଳି ଘୋଷଣା କରିଦେଇଥିଲା। ଦଳ ପକ୍ଷରୁ ଅଧିନାୟକ ସୂର୍ଯ୍ୟା˚ଶ ରାଇନା (୨୨୮) ଦ୍ବିଶତକ ଜମାଇଥିଲା ବେଳେ ଅଭିଶାନ୍ତ ବକ୍ସି (୧୫୮) ଓ ଶୁଭମ ସି˚ହ ପଣ୍ତିର (୧୦୪) ଶତକ ହାସଲ କରି ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ନିମ୍ନ ମାନର ବୋଲିଂ ସାଙ୍ଗକୁ ୧୬ଟି କ୍ୟାଚ୍‌ ହାତଛଡ଼ା କରିବା ଓ ଦୁର୍ବଳ କ୍ଷେତ୍ରରକ୍ଷଣ ଜମ୍ମୁ ଦଳକୁ ବିଶାଳ ସ୍କୋର୍‌ କରିବାରେ ସହାୟକ ହୋଇଥିଲା। ତଥାପି ଓଡ଼ିଶାର ସଫଳ ବୋଲର ଭାବେ ବଲାଙ୍ଗୀରର ଯୁବ ବୋଲର ଅ˚ଶୁମାନ ମିଶ୍ର ୩ ୱିକେଟ ହାତେଇଥିବା ବେଳେ କାର୍ତିକ ବିଶ୍ବାଳ ୨, ଆୟୁଷ୍ମାନ ସାହୁ, ସୁନୀଲ କୁମାର ଓ ଆଶିଷ ରାୟ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ମଙ୍ଗଳବାର ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଓଡ଼ିଶା ପ୍ରଥମ ପାଳିରେ କୌଣସି ୱିକେଟ୍‌ ନହରାଇ ୫୬ ରନ୍‌ କରିଛି। ଅଧିନାୟକ ସନ୍ଦୀପ ପଟ୍ଟନାୟକ ୩୯ ଓ ଅମ୍ରିତ ଖଟୁଆ ୧୬ ରନ୍‌‌ରେ ବ୍ୟାଟି˚ କରୁଛନ୍ତି।

ସମ୍ବନ୍ଧିତ ଖବର