କଟକ: ବୋକାରୋଠାରେ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍ରେ ଝାଡ଼ଖଣ୍ଡ ୯ ଓ୍ଵିକେଟରେ ଓଡ଼ିଶାକୁ ହରାଇଛି। ୪ଦିନିଆ ମ୍ୟାଚ ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି। ଓଡ଼ିଶା ଦ୍ୱିତୀୟ ପାଳିରେ ୩୦୩ ରନ୍ରେ ସୀମିତ ରହିବାରୁ ଘରୋଇ ଦଳ ଆଗରେ ୬୪ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଝାଡ଼ଖଣ୍ଡର ଶସୀମ ୪୧ରନ୍ରେ ଆଉଟ ହୋଇଥିଲାବେଳେ ପ୍ରତ୍ୟୁଷ ସିଂହ ୨୫ ଓ ସୁପ୍ରିୟ ଚକ୍ରବର୍ତ୍ତୀ ୧ରନ୍ କରି ଦଳକୁ ଜିତାଇଥିଲେ। ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୪୩ରୁ ଓଡ଼ିଶା ଖେଳ ଆରମ୍ଭ କରିଥିଲା। ଦେବାଶିଷ ସମାନ୍ତରାୟ ୪୩, ଅମ୍ରିତ ଖଟୁଆ ୩୮, ଦେବେନ୍ଦ୍ର କୁଅଁର ୨୩, ସୌରଭ ରାଓ୍ଵତ ୩୭, ଦେବବ୍ରତ ପ୍ରଧାନ ୬୬, ପପୁ ରଏ ୨୪, ଶୁଭମ୍ ନାୟକ ୩୫*, ପ୍ରୀତ୍ ସିଂହ ଚୌହାନ ୧୭ ରନ୍ କରି ଆଉଟ ହୋଇଥିଲେ। ବିନାୟକ ବିକ୍ରିମ ୬, ପ୍ରତୀକ ରଂଜନ ୧, ରୋନିତ ସିଂହ ୧, ଶସୀମ ୨ଟି ଓ୍ଵିକେଟ ନେଇଥିଲେ। ଏଥିପୂର୍ବରୁ ଓଡ଼ିଶା ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲାବେଳେ ପ୍ରଥମ ପାଳିରେ ୧୮୬ ରନ୍ କରିଥିଲା। ଏହାପରେ ଝାଡ଼ଖଣ୍ଡ ପ୍ରଥମ ପାଳିରେ ଅଗ୍ରଣୀ ନେବା ସହ ୪୨୬ରନ୍ କରିଥିଲା।
ସିକେ ନାୟୁଡୁ ଟ୍ରଫି:ଝାଡ଼ଖଣ୍ଡଠୁ ହାରିଲା ଓଡ଼ିଶା
/sambad/media/post_attachments/wp-content/uploads/2017/11/gricket-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)