ସିକେ ନାୟୁଡୁ ଟ୍ରଫି: ଓଡ଼ିଶାକୁ ଅଗ୍ରଣୀ, ମଧ୍ୟପ୍ରଦେଶ ଦ୍ବିତୀୟ ପାଳି ୧୧୮/୪

କଟକ: କେରଳରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶାକୁ ପ୍ରଥମ ପାଳି ଅଗ୍ରଣୀ ମିଳିଯାଇଛି। ମଧ୍ୟପ୍ରଦେଶର ପ୍ରଥମ ପାଳି ସ୍କୋର୍‌ ୩୩୧ ଜବାବରେ ଓଡ଼ିଶା ୪୦୦ ରନ୍‌ରେ ସମସ୍ତ ଵିକେଟ ହରାଇ ୬୯ ରନ୍‌ର ଅଗ୍ରଣୀ ପାଇଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟର ଅନୀଲ ପରିଡ଼ା ୩୫ ଓ କାର୍ତ୍ତିକ ବିଶ୍ବାଳ ୯୧ ରନ୍‌ କରି ଆଉଟ ହୋଇଥିଲେ। ରାଜେଶ ମହାନ୍ତି ୨୮ ରନ୍‌ ଯୋଡ଼ିଥିଲେ। ରିତେଶ ସାକ୍ୟ ଓ ରିଷଭ ଚୌହାନ ୩-୩ ଏବଂ ୩, ରିତ୍ବିକ ଦିଵାନ ୨ ଵିକେଟ ଦଖଲ କରିଥିଲେ।
ଏହାପରେ ମଧ୍ୟପ୍ରଦେଶ ଦ୍ବିତୀୟ ପାଳିରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଵିକେଟ ବିନିମୟରେ ୧୧୮ ରନ୍‌ କରିଛି। ସିଦ୍ଧାର୍ଥ ପଟିଦାର ୫୮, ଇର୍ଫାନ ଅଲ୍ଲୀ ୨୭* ରନ୍‌ କରିଥିଲା ବେଳେ ଓଡ଼ିଶାର ସୌରଭ କାନୋଜିଆ ୩, କ୍ରୀଷ୍ଣା ପଲାଇ ୧ ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର