ସିକେ ନାୟୁଡୁ ଟ୍ରଫି, ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ

କଟକ: ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ମେଘାଳୟ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୨୮୪ ରନ୍‌ରେ ଘରୋଇ ଦଳକୁ ହରାଇଛି। ଦ୍ବିତୀୟ ପାଳିରେ ଓଡ଼ିଶା ୩୧୭ ରନ୍‌ରେ ସମସ୍ତ ଵିକେଟ୍‌ ହରାଇବା ପରେ ମେଘାଳୟ ସମ୍ମୁଖରେ ୩୭୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟକୁ ପିଛା କରି ମେଘାଳୟ ଦ୍ବିତୀୟ ପାଳିରେ ୯୨ ରନ୍‌ରେ ସମସ୍ତ ଵିକେଟ୍‌ ହରାଇ ଦେଇଥିଲା। ଘରୋଇ ଦଳ ପକ୍ଷରୁ ଆଦିତ୍ୟ ବର୍ମା ୨୫, ରାଘବ କପୁର ୨୪ ରନ୍‌ ସ˚ଗ୍ରହ କରିଥିଲା ବେଳେ ଓଡ଼ିଶାର ପ୍ରୀତ ସି˚ହ ଚୌହାନ ୪, ଅୟସକାନ୍ତ ସାହୁ ୩, ହର୍ଷିତ ରାଥୋଡ଼, ବିଶ୍ବଜିତ ମଲ୍ଲିକ ଓ ସୌଭାଗ୍ୟ ର˚ଜନ ମିଶ୍ର ପ୍ରତ୍ୟେକ ୧ ଵକେଟ ଲେଖାଏଁ ପାଇଥିଲେ। ପୂର୍ବରୁ ୨୫୦/୫ରୁ ଓଡ଼ିଶା ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ସୌରଭ ଗୌଡ଼ ୫୨, ଶୁଭମ ଶତ୍ରୁଜିତ ୭୪, କାର୍ତ୍ତିକ ବିଶ୍ବାଳ ୭୨*, ସ୍ବସ୍ତିକ ସାମଲ ୩୯, ସୌଭାଗ୍ୟ ର˚ଜନ ମିଶ୍ର ୨୭ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ମେଘାଳୟ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ଓଡ଼ିଶା ପ୍ରଥମ ପାଳିରେ ୧୫୪ ରନ୍‌ ସ˚ଗ୍ରହ କରିଥିଲା। ଜବାବରେ ମେଘାଳୟ ପ୍ରଥମ ପାଳିରେ ୯୫ ରନ୍‌ କରିବା ସହ ଓଡ଼ିଶାକୁ ପାଳି ଅଗ୍ରଣୀ ମିଳିଥିଲା। ୧୯ ତାରିଖରୁ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ବିହାର ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର