ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ଷ୍ଟାଡିୟମ୍‌ରେ ଆସନ୍ତା ୧୪ ତାରିଖରୁ ସିକେ ନାୟୁଡୁ ଟ୍ରଫିର ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ୪ ଦିନିଆ ମ୍ୟାଚ୍‌ ପାଇଁ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ଦଳ ସମ୍ବଲପୁର ପହଞ୍ଚି ସାରିଛି। ବୁଧବାର ରାତି ଓଡ଼ିଶା ଦଳର ଖେଳାଳିମାନେ ପହଞ୍ଚିଥିବା ବେଳେ ହୋଟେଲ୍‌ ମାଣ୍ଡାରିନ୍‌ରେ ରହିଛନ୍ତି। ସେଭଳି ଝାଡ଼ଖଣ୍ଡ ଦଳ ଗୁରୁବାର ରାତି ସମ୍ବଲପୁରରେ ପହଞ୍ଚିଥିବା ବେଳେ ହୋଟେଲ୍‌ ଗ୍ରାଣ୍ଡ୍‌ ଶିବାରେ ସେମାନଙ୍କ ରହଣି ବ୍ୟବସ୍ଥା କରାଯାଇଛି।

Advertisment

ଓଡ଼ିଶା ଦଳ ଗୁରୁବାର ଆରାମ କରିଥିବା ବେଳେ ଶୁକ୍ରବାର ସକାଳେ ଅଭ୍ୟାସ କରିବ। ସେଭଳି ଶୁକ୍ରବାର ଅପରାହ୍ଣରେ ଝାଡ଼ଖଣ୍ଡ ଦଳ ତାର ଅଭ୍ୟାସ ଆରମ୍ଭ କରିବ ବୋଲି ଜିଲ୍ଲା କ୍ରୀଡ଼ା ସଂଘ ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି।

ଝାଡ଼ଖଣ୍ଡ ୭ ପଏଣ୍ଟ ହାସଲ କରି ଗ୍ରୁପ୍‌ ଶୀର୍ଷରେ ରହିଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଓଡ଼ିଶା ଦଳ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସ୍ଥାନୀୟ ସମ୍ବଲପୁରର ଆଶୁତୋଷ ଛୁରିଆ ପ୍ରଥମ ମ୍ୟାଚ୍‌ରେ ଘାତକ ବୋଲିଂ ପ୍ରଦର୍ଶନ କରି ୫ ଵିକେଟ୍‌ ହାସଲ କରିଥିଲେ। ଘରୋଇ ପଡ଼ିଆରେ ସେ ଆହୁରି ଦମଦାର ପ୍ରଦର୍ଶନ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି