ସିକେ ନାୟୁଡୁ ଟ୍ରଫି: ହାଇଦ୍ରାବାଦ ୪୨୮, ଓଡ଼ିଶା ୮୫/୬

କଟକ: ତନୟ ତ୍ୟାଗରାଜନଙ୍କ ଅପରାଜିତ ଶତକ ଓ ନିମ୍ନକ୍ରମରେ ଉନ୍ନତ ବ୍ୟାଟିଂ ସିକେ ନାୟୁଡୁ ଟ୍ରଫିରେ ହାଇଦ୍ରାବାଦ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିଛି। ଘରୋଇ ଦଳ ପ୍ରଥମ ଦିନ ୭ ଓ୍ଵିକେଟ ବିନିମୟରେ ୨୦୮ ରନ୍‌ କରିଥିଲା। ହେଲେ ତନୟଙ୍କ ଶତକ ବଳରେ ପ୍ରଥମ ପାଳିରେ ୪୨୮ ରନ୍‌ କରିପାରିଛି। ଜବାବରେ ଓଡ଼ିଶା ଅନୁରୂପ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୫ ରନ୍‌ରେ ୬ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଓଡ଼ିଶା ଘୋର ସଂକଟରେ ପଡ଼ିଯାଇଛି। ୪ ଓ୍ଵିକେଟ୍‌ ହାତରେ ଥାଇ ୩୪୩ ରନ୍‌ ପଛରେ ଥିବାରୁ ଓଡ଼ିଶାର ଫଲୋଅନ୍‌ ଆଶଙ୍କାକୁ ଏଡ଼ାଯାଇନପାରେ।

ହାଇଦ୍ରାବାଦ ପକ୍ଷରୁ ତନୟ ୧୫୨ (୨୨୧ ବଲ୍‌, ୧୮ ଚୌକା, ୧ ଛକା) ରନ୍‌ କରିଥିଲା ବେଳେ ଅମ୍ବାଦି ଜୟସୁରିୟା (୪୧) ରନ୍‌ କରି ହାଇଦ୍ରାବାଦ ପାଳିକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଏହାର ଜବାବରେ ଓଡ଼ିଶା ପ୍ରରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ସପ୍ତମ ଓଭରରେ ରାଜେଶ ଧୂପର (୯) ଆଉଟ ହୋଇଥିଲେ। ପଛକୁ ପଛ ଦେବାଶିଷ ସାମନ୍ତରାୟ ୩, ଅମ୍ରିତ ଖଟୁଆ ୨୦, ନିର୍ନିମେଶ ଜେନା ୩, ଦେବେନ୍ଦ୍ର କୁଅଁର ୧୧ ଓ ସର୍ବେଶ୍ୱର ମହାନ୍ତି ୧୬ ରନ୍‌ କରି ପାଭିଲିଅନ୍‌ ଫେରିଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ସତ୍ୟଜିତ ସାବତ ୧୮ ଓ ଦେବବ୍ରତ ପ୍ରଧାନ ୨ ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର