ସିକେ ନାୟୁଡ଼ୁ ଟ୍ରଫି: ସନ୍ଦୀପ ଶତକ ସତ୍ତ୍ବେ ଓଡ଼ିଶା ଫଲୋଅନ୍‌

ବଲାଙ୍ଗୀର: ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ସିକେ ନାୟୁଡ଼ୁ ଟ୍ରଫିର ତୃତୀୟ ଦିବସରେ ଓଡ଼ିଶା ଦଳ ୨୦୬ ରନ୍‌ରେ ପ୍ରଥମ ପାଳିର ସମସ୍ତ ୱିକେଟ୍‌ ହରାଇଛି। ମଙ୍ଗଳବାରର ୫୬/୦ରୁ ଖେଳିଥିବା ଓଡ଼ିଶା ବୁଧବାର ଆଉ ୧୫୦ ରନ୍‌ ଯୋଡ଼ି ସମସ୍ତ ୱିକେଟ୍‌ ହରାଇଥିଲା। ଅଧିନାୟକ ସନ୍ଦୀପ ପଟ୍ଟନାୟକ ଏକା ଲଢ଼ି ଶତକ (୧୦୦, ୧୮୫ ବଲ୍‌, ୧୬ ଚୌକା, ୨ ଛକା) ଜମାଇବା ସାଙ୍ଗକୁ ଦଳକୁ ୨୦୦ ରନ୍‌ ପାରି କରାଇଥିଲେ। ଜମ୍ମୁ-କଶ୍ମୀରର ଆବିଦ୍‌ ମୁସ୍ତାକ ୫, ପାରଶ ଶର୍ମା ଓ ଆକିବ୍‌ ନବୀ ୨ ଲେଖାଏଁ ୱିକେଟ ନେଇ ଓଡ଼ିଶାର ବ୍ୟାଟି˚ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ୬୩୪/୮ରେ ପ୍ରଥମ ପାଳି ଘୋଷଣା କରିଥିବା ଜମ୍ମୁ କଶ୍ମୀର ୪୨୮ ରନ୍‌ର ଅଗ୍ରଣୀ ପାଇଥିଲା। ତେଣୁ ଓଡ଼ିଶା ଫଲୋଅନ୍‌ ଖେଳିଥିଲା। ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଓଡ଼ିଶା ଦ୍ବିତୀୟ ପାଳିରେ କୌଣସି ୱିକେଟ୍‌ ନହରାଇ ୩୦ ରନ୍‌ କରିଛି। ତଥାପି ଓଡ଼ିଶା ପାଳି ପରାଜୟ ଆଙ୍କାରେ ରହିଛି।

ସମ୍ବନ୍ଧିତ ଖବର