ସିକେ ନାଇଡୁ ଟ୍ରଫିି, ଅୟସକାନ୍ତଙ୍କୁ ୭ ୱିକେଟ୍, ରେଳବାଇ ୧୧୩: ଓଡ଼ିଶା ୧୫୩/୦

ସମ୍ବଲପୁର: ୨୩ ବର୍ଷରୁ କମ୍‌ ଓଡ଼ିଶା ଦଳ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ରେଳବାଇ ବିପକ୍ଷ ସିକେ ନାଇଡୁ ଟ୍ରଫି ମ୍ୟାଚ୍‌ରେ ଚମତ୍କାର ଆରମ୍ଭ କରିଛି। ପ୍ରଥମ ଦିନ ରେଳବାଇ ଦଳର ପ୍ରଥମ ପାଳିକୁ ମାତ୍ର ୧୧୩ ରନ୍‌ରେ ସଫା କରିଦେବା ପରେ ଓଡ଼ିଶା ବିନା କ୍ଷତିରେ ୧୫୩ ରନ୍ କରିନେଇଛି। ଓଡ଼ିଶାର ସଫଳ ବୋଲର ଭାବେ ଅୟସକାନ୍ତ ସାହୁ ୭ ୱିକେଟ୍ ନେଇ ରେଳବାଇ ପାଳିକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ। ସେ ୧୪ ଓଭର ବୋଲିଂ କରି ୪୮ ରନ୍‌ରେ ୭ ୱିକେଟ୍ ଦଖଲ କରିବାରୁ ୩୮ ଓଭର ମଧ୍ୟରେ ରେଳବାଇ ପାଳି ଶେଷ ହୋଇ ଯାଇଥିଲା। ପରେ ସଂଦୀପ ପଟ୍ଟନାୟକ ଏବଂ ଅମ୍ରିତ ଖଟୁଆ ନିଜ ନିଜର ବ୍ୟକ୍ତିଗତ ଅର୍ଧଶତକ ହାସଲ କରିବା ସହ ଓଡ଼ିଶାକୁ କୌଣସି କ୍ଷତି ହେବାକୁ ନଦେଇ ‌ପ୍ରଥମ ଦିନ ଶେଷ କରିଛନ୍ତି। ସଂଦୀପ ୯୧* ଓ ଅମ୍ରିତ ଖଟୁଆ ୫୮* ରନ୍‌ରେ ବ୍ୟାଟିଂ କରୁଛନ୍ତି। ଏବେ ହାତରେ ୧୦ ୱିକେଟ୍‌ ଥାଇ ଓଡ଼ିଶା ପ୍ରଥମ ପାଳିରେ ୪୦ ରନ୍‌ରେ ଆଗୁଆ ହୋଇସାରିଛି।

ସମ୍ବନ୍ଧିତ ଖବର