ସିକେ ନାୟୁଡୁ ଟ୍ରଫି: ତାରିଣୀଙ୍କୁ ୮ ଵିକେଟ୍‌, ଓଡ଼ିଶା ଆଗୁଆ

କଟକ: ତାରିଣୀ ସ’ଙ୍କ ୮ ଵିକେଟ୍‌ ବଳରେ ଶୁକ୍ରବାରଠୁ ବିଶାଖାପାଟଣାର କାନ୍ଦୁକୁରି କ୍ରିକେଟ ଏକାଡେମିରେ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍‌ ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ଘରୋଇ ମିଜୋରାମ୍‌ ପ୍ରଥମ ପାଳିକୁ ୫୭ ରନ୍‌ରେ ସଫା କରିଦେଇଛି। ଜବାବରେ ପ୍ରଥମ ଦିନ ଖେଳ ଶେଷ ବେଳକୁ ଓଡ଼ିଶା ୫ ଵିକେଟ ବିନିମୟରେ ୨୨୪ ରନ୍‌ କରିଛି। ହାତରେ ଆଉ ୫ ୱିକେଟ୍‌ ଥାଇ ଓଡ଼ିଶା ୧୬୭ ରନ୍‌ର ଅଗ୍ରଣୀ ପାଇସା‌ରିଛି।

ଓଡ଼ିଶା ଟସ୍‌ ଜିତି ବୋଲି˚ କରିଥିଲା। ମିଜୋରାମ ପାଳି ବିଗାଡ଼ିବା ଆରମ୍ଭ କରିଥିବା ତାରିଣୀ ଶେଷ ମଧ୍ୟ କରିଥିଲେ। ସେ ୧୦.୪୦୪-୧୬-୮ର ଘାତକ ବୋଲିଂ ଚିତ୍ର ପାଇଥିଲେ। ମିଜୋରାମର ୫ ଜଣ ଖାତା ଖୋଲିପାରିନଥିଲା ବେଳେ ଅଧିନାୟକ ଧନୁର ସିକ୍ରି ସର୍ବାଧିକ ୨୩ ଓ ହୃଆ ଦ୍ବିତୀୟ ସର୍ବାଧିକ ୧୪ ରନ୍‌ କରିଥିଲେ। ମିଜୋରାମର ଗୌରବ ସି˚ହ, ରୋହନ, ଧନୁର, ଲାଲରିଟ୍ରେଙ୍ଗା, ଆଦିତ୍ୟ ମୋରେ, ବିକାଶ କୁମାର, ଡିକା ରଲ୍‌ଟେ ଓ ତୁଙ୍ଗଙ୍କୁ ତାରିଣୀ ଶିକାର କରିଥିଲେ। ପ୍ରଥମ ଵିକେଟ ରନ୍‌ଆଉଟ ରୂପରେ ଆସିଥିଲା ବେଳେ ଅନ୍ୟ ଏକ ଵିକେଟକୁ ଅୟସକାନ୍ତ ସାହୁ ଅକ୍ତିଆର କରିଥିଲେ। ଏହାପରେ ଓଡ଼ିଶା ଭଲ ଆରମ୍ଭ କରିଥିଲେ ବି ୫୫ ରନ୍‌ ମଧ୍ୟରେ ଅମ୍ରିତ ଖଟୁଆ (୬), ସୌରଭ ଗୌଡ଼ (୧୩), ସ୍ବସ୍ତିକ ସାମଲ (୧୦) ଆଉଟ ହୋଇଯାଇଥିଲେ। ବିନୀତ ମହାନ୍ତି (୬୨) ଓ ସୋମେନ ଚାନ୍ଦ (୮୦)ଙ୍କ ମଧ୍ୟରେ ୧୧୮ ରନ୍‌ର ଭାଗୀଦାରି ହୋଇଥିଲା। ଷ୍ଟମ୍ସ ଅପସାରଣ ବେଳକୁ କାର୍ତ୍ତିକ ବିଶ୍ବାଳ ୧୮* ଓ ଶୁଭମ ଶତ୍ରୁଜିତ ୧୯* ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର