ଭୁବନେଶ୍ବର: ଓଡ଼ିଶା ଏଫ୍ସି ଆଗାମୀ ସୁପର କପ୍ ପୂର୍ବରୁ ନିଜର ମୁଖ୍ୟ ପ୍ରଶିକ୍ଷକଙ୍କ ନାମ ଘୋଷଣା କରିଛି। ଏହି ଭୁବନେଶ୍ବର ଭିତ୍ତିକ ଫୁଟ୍ବଲ୍ କ୍ଲବ୍ର ସହଯୋଗୀ ପ୍ରଶିକ୍ଷକ ଥିବା କ୍ଲିଫର୍ଡ ମିରାଣ୍ଡାଙ୍କୁ ଏହି ଦାୟିତ୍ବ ମିଳିଛି। ୪୦ ବର୍ଷୀୟ ଏହି ଭାରତୀୟ ଖେଳାଳି ୨୦୨୨ରେ ଓଡ଼ିଶା ଏଫ୍ସିର ସହଯୋଗୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ସେ ମୁଖ୍ୟ ପ୍ରଶିକ୍ଷକ ଭାବେ ଚଳିତ ଋତୁ ଶେଷ ପର୍ଯ୍ୟନ୍ତ ରହିବେ ବୋଲି ଓଡ଼ିଶା ଏଫ୍ସି ସ୍ପଷ୍ଟ କରିଛି। ଆଇଏସ୍ଏଲ୍ ପରେ ପରେ ଓଡ଼ିଶା ଏଫ୍ସି ମୁଖ୍ୟ ପ୍ରଶିକ୍ଷକ ଯୋଶେପ ଗମ୍ବାଉଙ୍କୁ ବିଦା କରିଥିଲା। ଓଡ଼ିଶା ଏଫ୍ସି ଚଳିତ ଆଇଏସ୍ଏଲ୍ରେ ଷଷ୍ଠ ସ୍ଥାନରେ ରହି ପ୍ରଥମ ଥର ଲାଗି ପ୍ଲେ ଅଫ୍ରେ ପହଞ୍ଚିଥିଲା। ହେଲେ ପ୍ଲେ ଅଫ୍ରେ ଏଟିକେ ମୋହନ ବାଗାନଠୁ ହାରି ସେମିଫାଇନାଲ୍ ପୂର୍ବରୁ ବିଦାୟ ନେଇଥିଲା।
କ୍ଲିଫର୍ଡ ମିରାଣ୍ଡା ଓଡ଼ିଶା ଏଫ୍ସିର ମୁଖ୍ୟ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2023/03/564f65hsfhfhfhffh.jpg)