ସରି ଆସୁଛି ଧୋନିଙ୍କ ‌ଖେଳ

୧୨ ବର୍ଷ ପରେ ଟ୍ବେଣ୍ଟି-୨୦ ଦଳରୁ ବାଦ୍

ମୁମ୍ବାଇ: ନଭେମ୍ବର ୪ ତାରିଖରୁ ଆରମ୍ଭ ‌େହଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା‌ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ୨୦୦୬ ମସିହାରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର ଦୀର୍ଘ ୧୨ ବର୍ଷ ପରେ ପୂର୍ବତନ ଅଧିନା‌ୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ବାଦ୍ ପଡ଼ିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ସଂଖ୍ୟକ ଟ୍ବେଣ୍ଟି-୨୦ ଖେଳିଥିବା ଧୋନିଙ୍କ ବଦଳରେ ଦୀନେଶ କାର୍ତିକ ଏବଂ ଋଷବ ପନ୍ତଙ୍କୁ ସ୍ଥାନ ମିଳିଛି। ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ଧୋନିଙ୍କ ଟ୍ବେଣ୍ଟି-୨୦ ଜୀବନ ଶେଷ ହୋଇ ନାହିଁ। ଅଧିକ ୱିକେଟ୍ ରକ୍ଷଣ ବିକଳ୍ପ ସୃଷ୍ଟି କରିବା ଲାଗି ତାଙ୍କୁ ଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ଦିଆଯାଇଛି ବୋଲି ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ ଦଳ ଘୋଷଣା ପରେ କହିଛନ୍ତି। ଭାରତ ଖେଳିଥିବା ୧୦୪ ଟ୍ବେଣ୍ଟି-୨୦ରୁ ଧୋନି ୯୩ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରେ ସେ ୧୨୭ ଷ୍ଟ୍ରାଇକ୍ ହାରରେ ୧୪୮୭ ରନ୍ କରିଛନ୍ତି। ଧୋନି ମଧ୍ୟ ୫୪ କ୍ୟାଚ୍ ନେବା ସହ ୩୩ ଷ୍ଟମ୍ପିଂ କରିଛନ୍ତି। ଆଇପିଏଲର ସମସ୍ତ ୧୧ ଋତୁରେ ମଧ୍ୟ ସେ ବେଶ୍ ସକ୍ରିୟ ଥିଲେ। ଧୋନିଙ୍କ ଭଳି ଅସୁସ୍ଥ ଅଲରାଉଣ୍ଡର ହାର୍ହିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ଦୁଇ ଶୃଙ୍ଖଳା ଲାଗି ବିଚାରକୁ ନିଆଯାଇନାହିଁ। ନଭେମ୍ବର ୧୫ ସୁଦ୍ଧା ସୁସ୍ଥ ହେବାର କୌଣସି ସମ୍ଭାବନା ନଥିବାରୁ ପାଣ୍ଡ୍ୟା ଦଳରେ ସ୍ଥାନ ପାଇନଥିବା ପ୍ରସାଦ କହିଥିଲେ। ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ଲାଗି ଅଧିନାୟକ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ କିନ୍ତୁ କୋହଲି ଉଭୟ ଟେଷ୍ଟ ଏବଂ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେବେ। ସେପଟେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର, ଦ୍ରୁତ ବୋଲର ଖଲିଲ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ଯସପ୍ରୀତ ବୁମରା ଓ ସାହାବାଜ୍ ନିଦିମ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଦୀପକ ଚହର, ଧୋନି, ସିଦ୍ଧାର୍ଥ କୌଲ, ହାର୍ଦିକ ପାଣ୍ଡ୍ୟା, ସୁରେଶ ରାଇନା ଓ ବିରାଟ କୋହଲିଙ୍କୁ ଦଳ ବାହାରେ ରଖାଯାଇଛି। ସୂଚନାଯୋଗ୍ୟ ଯେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶି‌ଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ନଭେମ୍ବର ୪, ୬ ଏବଂ ୧୧ ତାରିଖରେ କୋଲକାତା, ଲକ୍ଷ୍ନୌ ଏବଂ ଚେନ୍ନାଇରେ ଖେଳାଯିବ।

ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଦୀନେଶ କାର୍ତିକ, ମନୀଷ ପ‌ାଣ୍ଡେ, ଶ୍ରେୟସ୍ ଆୟର, ଋଷବ ପନ୍ତ, କ୍ରୁନାଲ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଯସପ୍ରୀତ ବୁମରା, ଖଲିଲ ଅହମ୍ମଦ, ଉମେଶ ଯାଦବ, ସାହାବାଜ ନଦିମ।

ପ୍ରଶଂସକଙ୍କ ତୀବ୍ର ପ୍ରତିକ୍ରିୟା
ଯୁବ ୱିକେଟ୍ ରକ୍ଷକଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବା ଲାଗି ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବା‌ଦ୍ ଦିଆଯାଇଥିବା ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ ସଫେଇ ଦେଇଥିଲେ। ‌େହଲେ ଧୋନି ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି। ସେମାନେ ଚୟନ ସମିତିର ଏହି ନିଷ୍ପତ୍ତିକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ଭାଷ୍ୟକାର ହର୍ଷ ‌େଭାଗଲେ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଆକଶ ଚୋପ୍ରା ମଧ୍ୟ ଚୟନକର୍ତାଙ୍କ ନିଷ୍ପତ୍ତି‌େର ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଚୟନକର୍ତାମା‌ନେ ନିରପେକ୍ଷ ନିଷ୍ପତ୍ତିି ନେଇ ନାହାନ୍ତି ବୋଲି ବହୁ ପ୍ରଶଂସକ ଟ୍ବିଟ୍ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ଅବସର ପରେ ମୋ ବାପା କ୍ରିକେଟ୍ ଦେଖିବା ଛାଡ଼ି ଦେଇଥିଲେ। ଧୋନି ଯିବା ପରେ ମୁଁ ମଧ୍ୟ ଆଉ କ୍ରିକେଟ୍ ଦେଖିବି ନାହିଁ ‌େବାଲି ଶୁଭମ ଅଗ୍ରୱାଲ ନାମକ ଜଣେ ପ୍ରଶଂସକ ଅଭିମାନରେ ଟ୍ବିଟ୍ କରିଛନ୍ତି।

ଜୋହରିଙ୍କୁ ନେଇ ବିସିସିଆଇ ବିଭାଜିତ
ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ମି-ଠୁ ଅଭିଯାନରେ ଫସିବା ପରେ ବିସିସିଆଇ ଅଡ଼ୁଆରେ ପଡ଼ିଛି। ଜୋହରିଙ୍କୁ ନେଇ ବିସିସିଆଇ ଏବେ ଏକପ୍ରକାର ଦୁଇ ଫାଳ ହୋଇଛି। ରାହୁଲଙ୍କ ବିରୋଧରେ ଆସିଥିବା ‌େଯୗନ ନିର୍ଯାତନାର ତଦନ୍ତ ପାଇଁ ବିସିସିଆଇ ପରିଚାଳନାରେ ଥିବା ପ୍ରଶାସନିକ ସମିତି (ସିଓଏ) ଏକ ତଦନ୍ତ ସମିତି ଗଠନ କରିଛି। ସେପଟେ ଜୋହରିଙ୍କ ସପକ୍ଷରେ ୧୧ ଜଣ ମହିଳା ବାହାରି ଥିବା ଜଣାପଡ଼ିଛି। ଏହି ମହିଳାମାନେ ଜୋହରିଙ୍କ ଆଚାର ବ୍ୟବହାରରେ କେବେବି କୌଣସି ଅସମାନତା ଦେଖି ନଥିବା ଲିଖିତ ଭାବେ କହିଛନ୍ତି। ବିସିସିଆଇର ଅଧାରୁ ଅଧିକ କର୍ମକର୍ତା କିନ୍ତୁ ଜୋହରିଙ୍କୁ ତୁରନ୍ତ ନିଲମ୍ବନ କରିବା ସପକ୍ଷରେ ଅଛନ୍ତି। ଅନ୍ୟ କିଛି ତିଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବାକୁ ଆହ୍ବାନ କରିଛନ୍ତି। ଅବଶ୍ୟ ସିଓଏ ତାଙ୍କୁ ଛୁଟିରେ ପଠାଇ ସାରିଛି। ହେଲେ ଘରୁ କାମ କରି ମଧ୍ୟ ଜୋହରି ବିସିସିଆଇର ନିଷ୍ପତ୍ତିକୁ ପ୍ରଭାବିତ କରି ପାରିବେ ବୋଲି ତାଙ୍କ ସମା‌େଲାଚକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର