ଲଣ୍ଡନ : ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଋତୁ ମଧ୍ୟ ଆରମ୍ଭ ହୋଇଛି। ସେହିପରି ଇଂଲଣ୍ଡରେ ସ୍ଥାନୀୟ ସ୍ତରରେ କ୍ରିକେଟ ସିଜନ ବି ଆରମ୍ଭ ହୋଇଯାଇଛି । ଟେଷ୍ଟ ମ୍ୟାଚଗୁଡ଼ିକରେ ବ୍ୟାଟ୍ସମ୍ୟାନମାନେ ସାଧାରଣତଃ ଧୀମା ବ୍ୟାଟିଂ କରିଥାନ୍ତି । କିନ୍ତୁ ଏତେ ଧୀମା ବ୍ୟାଟିଂ ଆପଣ କେବେ ଦେଖିନଥିବେ । ଇଂଲଣ୍ଡର ଏକ ସ୍ଥାନୀୟ ସ୍ତରର କ୍ରିକେଟ କ୍ଲବ ତରଫରୁ ଧୀମା ବ୍ୟାଟିଂ କରି ସାରା ବିଶ୍ବରେ ଚର୍ଚ୍ଚିତ ହୋଇଛନ୍ତି ବାପ-ପୁଅ ଯୋଡ଼ି ଇଆନ ବେଷ୍ଟଓ୍ବିକ୍ ଓ ତାଙ୍କ ପୁଅ ଥମାସ୍ ବେଷ୍ଟଓ୍ବିକ୍ । 

Advertisment

ଇଂଲଣ୍ଡର ଏକ ସ୍ଥାନୀୟ ସ୍ତରର କ୍ରିକେଟ କ୍ଲବ ତରଫରୁ ଧୀମା ବ୍ୟାଟିଂ କରି ସାରା ବିଶ୍ବରେ ଚର୍ଚ୍ଚିତ ହୋଇଛନ୍ତି ବାପ-ପୁଅ ଯୋଡ଼ି ଇଆନ ବେଷ୍ଟଓ୍ବିକ୍ ଓ ତାଙ୍କ ପୁଅ ଥମାସ୍ ବେଷ୍ଟଓ୍ବିକ୍ । ବାପ-ପୁଅ ମୋଟ ୨୦୮ଟି ବଲ ଖେଳିଥିଲେ ବି ମାତ୍ର ୪ ରନ କରିଥିଲେ । ଇଆନ ୧୩୭ ବଲ ଖେଳି ୦ ରନ କରିଥିଲେ ।

ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଲବ୍ ଡର୍ବିସାୟାର ପକ୍ଷରୁ ଏକ କ୍ରିକେଟ ଲିଗ୍ ଆୟୋଜନ କରାଯାଇଛି । ଯେଉଁଥିରେ ଏକ ମ୍ୟାଚ ମିକ୍ଲୋଭର ଓ ଡାର୍ଲେ ଆବେ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ ରେ ମିକ୍ଲୋଭର ପ୍ରଥମେ ବ୍ୟାଟିଂ କରି ୩୫ ଓଭରରେ ୪ ଓ୍ଵିକେଟ୍ ହରାଇ ୨୭୧ ରନ କରି ପାଳି ଘୋଷଣା କରିଥିଲା। ଏହି ସ୍କୋରର ଜବାବରେ ଡାର୍ଲେ ପକ୍ଷରୁ ଧୀମା ବ୍ୟାଟିଂ କରି ମ୍ୟାଚକୁ ଡ୍ର କରାଯାଇଥିଲା । ଏଥିରେ ଡାର୍ଲେ ଆବେ ପକ୍ଷରୁ ଖେଳୁଥିବା ଇଆନ ମୋଟ ୧୩୭ଟି ବଲ ଖେଳି କୌଣସି ରନ କରିନଥିଲେ । ସେହିପରି ତାଙ୍କ ପୁଅ ଥମାସ୍ ୭୧ଟି ବଲ ଖେଳି ମାତ୍ର ୪ ରନ କରିଥିଲେ । ଏହିପରିଭାବେ ବାପ-ପୁଅ ମୋଟ ୨୦୮ଟି ବଲ ଖେଳିଥିଲେ ବି ମାତ୍ର ୪ ରନ କରିଥିଲେ । ତେବେ ଏପର ବ୍ୟାଟିଂ କରିବା ଦ୍ବାରା ତାଙ୍କ ଦଳ ମ୍ୟାଚ ଡ୍ର କରିବାକୁ ସକ୍ଷମ ହୋଇଥିଲା ।