ସିଏମ୍‌ପିଡିଆଇ ଅନ୍ତଃମଣ୍ଡଳ ଚେସ୍‌: ବିଳାସପୁର ବିଜେତା

ଭୁବନେଶ୍ବର: କେନ୍ଦ୍ରୀୟ ଖଣି ଯୋଜନା ଓ ରୂପରେଖ ସଂସ୍ଥା (ସିଏମ୍‌ପିଡିଆଇ) ଆନୁକୂଲ୍ୟରେ ଏସ୍‌ଆର୍‌ ଚେସ୍‌ ସେଣ୍ଟର ସହଯୋଗରେ ସ୍ଥାନୀୟ ଦୂରଦର୍ଶନ ନିକଟସ୍ଥ ସିଏମ୍‌ପିଡିଆଇ କଲୋନୀଠାରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଅନୁଷ୍ଠିତ ଦଳଗତ ପ୍ରତିଯୋଗିତାରେ ଛତିଶଗଡ଼ର ବିଳାସପୁର ବିଜେତା ଏବଂ ପଶ୍ଚିମବଙ୍ଗର ଆସୋନସୋଲ ଉପବିଜେତା ହୋଇଥିଲା। ବୁଧବାର ଉଦ୍‌ଯାପନୀ ଉତ୍ସବ ସହ ବ୍ୟକ୍ତିଗତ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି‌ରୁ ଶ୍ରେଷ୍ଠ ୫ ଜଣ ସର୍ବଭାରତୀୟ କୋଲ୍‌ କମ୍ପାନି ଚେସ୍‌ ପ୍ରତିଯୋଗିତାକୁ ମନୋନୀତ ହେବେ। ଏହି ଅନ୍ତଃବିଭାଗୀୟ ଚେସ୍‌ ପ୍ରତିଯୋଗିତାକୁ ଭୁବନେଶ୍ବର ମଣ୍ଡଳର ବରିଷ୍ଠ ‌ନିର୍ଦେଶକ ଏସ୍‌କେ ଶ୍ରୀବାସ୍ତବ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାକୁ ଜି ଶ୍ରୀନିବାସ, ଶୁଭାଶିଷ ପଟ୍ଟନାୟକ, ସତ୍ୟରଂଜନ ପଟ୍ଟନାୟକ, ଫିଡେ ଆର୍ବିଟର ଭବେଶ ମହାନ୍ତି ଏବଂ ଅବିନାଶ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର