ବୈଷୟିକ ତ୍ରୁଟିକୁ ଦୋଷ ଦେଲେ ପ୍ରଶିକ୍ଷକ ମାରିନ୍‌

ଭୁବନେଶ୍ୱର: ଭାରତର ଲଗାତାର ପରାଜୟ ଏବଂ ନିଜ ପୁଲ୍‌ରେ ଶେଷ ସ୍ଥାନ ଦଖଲ ପାଇଁ ପ୍ରଶିକ୍ଷକ ଜେରର୍ଡ ମାରିନ୍‌ ଦଳର ବୈଷୟିିକ ଦକ୍ଷତା ଓ ତ୍ରୁଟିକୁ ଦୋଷ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ଆରମ୍ଭ କରିଥିବା ଭାରତୀୟ ଦଳ ପରବର୍ତୀ ଦୁଇଟିରେ ପରାଜୟ ବରଣ କରି ପୁଲ୍‌ରେ ଶେଷ ସ୍ଥାନ ପାଇଛି। ଜର୍ମାନି ଉନ୍ନତ ଖେଳିଥିଲା ବୋଲି ମାରିନ୍‌ ସ୍ୱୀକାର କରିଛନ୍ତି। ବଲ୍‌ ନିୟନ୍ତ୍ରଣ ଏବଂ ଷ୍ଟିକ୍‌ରୁ ଷ୍ଟିକ୍‌ ଖେଳିବାରେ ଆମେ ବିଫଳ ହେଲୁ। ଆମ ବୈଷୟିକ ଦକ୍ଷତା ଭଲ ନ ଥିଲା। ନର୍ଭସରେ ଆରମ୍ଭ କରିଥିଲୁ।

ପରିସଂଖ୍ୟାନକୁ ଦେଖିଲେ ଭାରତ ଓ ଜର୍ମାନି ମଧ୍ୟରେ ଫରକ ନ ଥିଲା। କିନ୍ତୁ ସଟ୍‌ ଓ ପେନାଲଟି କର୍ନର ରୂପାନ୍ତରରେ ଆମକୁ ଭଲ କରିବାର ଥିଲା ବୋଲି ମାରିନ୍‌ କହିଥିଲେ। ଜର୍ମାନି ଯେଭଳି ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଲା ତାହା ଆମ ପାଇଁ ଶିକ୍ଷଣୀୟ ଓ ସକରାତ୍ମକ ଦିଗ ହୋଇପାରିବ ବୋଲି କହିଥିଲେ ଏହି ନେଦରଲାଣ୍ଡ୍‌ ନିବାସୀ। ଅଧିନାୟକ ମନପ୍ରୀତ୍‌ ସିଂହ କହିଥିଲେ ଭାରତ ଅନେକ ଅନିଚ୍ଛାକୃତ ତ୍ରୁଟି ପାଇଁ ହାରିଲା। ମାରିନ୍‌ କିନ୍ତୁ ତୁରନ୍ତ ଏହାକୁ ଖଣ୍ଡନ କରି ଦେଇଥିଲେ। ପ୍ରଥମରୁ ବୈଷୟିକ ତ୍ରୁଟି କରିବାରୁ ଲୟକୁ ଫେରିବା କଷ୍ଟକର ହୋଇଥିଲା ବୋଲି କହିଥିଲେ ମାରିନ୍‌।

ସମ୍ବନ୍ଧିତ ଖବର