ମାଉଣ୍ଟ୍ ମୁଙ୍ଗାନୁଇ: କଲିନ୍ ମୁନ୍ରୋଙ୍କ କୀର୍ତିମାନଭରା ଶତକ ପରେ ଟିମ୍ ସାଉଥି, ଟ୍ରେଣ୍ଟ୍ ବୋଲ୍ଟ ଓ ଈଶ୍ ସୋଢ଼ିଙ୍କ ଚମତ୍କାର ବୋଲିଂ ବଳରେ ନ୍ୟୁଜିଲାଣ୍ଡ୍ ଦଳ ବୁଧବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍ରେ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ୍ ଦଳକୁ ୧୧୯ ରନ୍ରେ ପରାସ୍ତ କରିଦେଇଛି। ଏଥି ସହିତ ଘରୋଇ ନ୍ୟୁଜିଲାଣ୍ଡ୍ ଦଳ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତିନେଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ୍ ୫ ଓ୍ଵିକେଟ୍ ବିନିମୟରେ ୨୪୩ ରନ୍ କରିଥିଲା। ମୁନ୍ରୋ ୫୩ ବଲ୍ରୁ ୩ ଚୌକା ଓ ୧୦ ଛକା ସହାୟତାରେ ୧୦୪ ରନ୍ କରିଥିଲା ବେଳେ ମାର୍ଟିନ୍ ଗପ୍ଟିଲ ୩୮ ବଲ୍ରୁ ୫ ଚୌକା ଓ ୨ ଛକା ଜରିଆରେ ୬୩, ବ୍ରୁସ୍ ୨୩, ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ ୮ ବଲ୍ରୁ ୧୯ ରନ୍ କରିଥିଲେ। ଗପ୍ଟିଲ ଓ ମୁନ୍ରୋ ପ୍ରଥମ ଓ୍ଵିକେଟ୍ରେ ୧୧.୨ ଓଭରରେ ୧୩୬ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ୍କୁ ବଡ଼ ସ୍କୋର୍ ଦେଇଥିଲେ। ଇଣ୍ଡିଜ୍ର ସଫଳ ବୋଲର ଭାବେ କ୍ରେଗ୍ ବ୍ରାଥ୍େଓ୍ଵଟ୍ ୨ ଓ୍ଵିକେଟ୍ ନେଇଥିଲେ ମଧ୍ୟ ୫୦ ରନ୍ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଜବାବରେ େଓ୍ଵଷ୍ଟଇଣ୍ଡିଜ୍ ନିୟମିତ ଓ୍ଵିକେଟ୍ ହରାଇ ୧୬.୩ ଓଭରରେ ୧୨୪ ରନ୍ କରିପାରିଥିଲା। ଫ୍ଲେଚର (୪୬), ପାେଓ୍ଵଲ (୧୬), ବ୍ରାଥ୍େଓ୍ଵଟ୍ (୧୫), ନର୍ସ (୧୪) ଓ ଟେଲର (୧୩) ଦୁଇ ଅଙ୍କ ଛୁଇଁଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ସାଉଦି ୩/୨୧, ବୋଲ୍ଟ ୨/୨୯ ଓ ସୋଢ଼ି ୨/୨୫ ଭଲ ବୋଲିଂ କରିଥିଲେ। ଧୂଆଁଧାର ଶତକୀୟ ପାଳି ପାଇଁ ମୁନ୍ରୋ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ। ସେ ଶୃଙ୍ଖଳାରେ ମୋଟ ୨୨୩ ରନ୍ କରିଥିଲା ବେଳେ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଏହା ସର୍ବାଧିକ କୀର୍ତିମାନ। ଏକ୍ଷେତ୍ରରେ ସେ ଜିମ୍ବାେଓ୍ଵର ହାମିଲଟନ୍ ମାସାକାଜା (୨୨୨ ରନ୍, ବାଂଲାଦେଶ ବିପକ୍ଷ)ଙ୍କୁ ଟପି ଯାଇଛନ୍ତି।
ନ୍ୟୁଜିଲାଣ୍ଡ୍ର ସର୍ବୋଚ୍ଚ ସ୍କୋର୍, ବୃହତ୍ ବିଜୟ
ଇଣ୍ଡିଜ୍ ବିପକ୍ଷ ତୃତୀୟ ମ୍ୟାଚ୍ରେ ୨୪୩ ରନ୍ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ନ୍ୟୁଜିଲାଣ୍ଡ୍ର ସର୍ବୋଚ୍ଚ ସ୍କୋର୍ କୀର୍ତିମାନ। ଏକ୍ଷେତ୍ରରେ ନ୍ୟୁଜିଲାଣ୍ଡ୍ ନିଜର ପୂର୍ବ କୀର୍ତିମାନ (୨୧୪ ରନ୍, ଅଷ୍ଟ୍ରେଲିଆ ବିପକ୍ଷ ଖ୍ରିଷ୍ଟଚର୍ଚ୍ଚ ମ୍ୟାଚ୍, ୨୦୦୯-୧୦)କୁ ଟପି ଯାଇଛି। ମୋଟାମୋଟି ଭାବେ ବିଶ୍ୱ କ୍ରିକେଟ୍ର ଏହି ଫର୍ମାଟ୍ରେ ନ୍ୟୁଜିଲାଣ୍ଡ୍ର ୨୪୩ ରନ୍ ସ୍କୋର୍ଠୁ ଆଉ ୬ଟି ବଡ଼ ସ୍କୋର୍ ରହିଛି।
ଗୋଟିଏ ପଟେ ସର୍ବୋଚ୍ଚ ଦଳଗତ ସ୍କୋର୍ ଛିଡ଼ା କରିବା ପରେ ଅନ୍ୟପଟେ ନ୍ୟୁଜିଲାଣ୍ଡ୍ ବଡ଼ ବ୍ୟବଧାନର ବିଜୟ ମଧ୍ୟ ହାସଲ କରିଥିଲା। ଇଣ୍ଡିଜ୍କୁ ୧୧୯ ରନ୍ରେ ପରାସ୍ତ କରିବା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ନ୍ୟୁଜିଲାଣ୍ଡ୍ର ସର୍ବବୃହତ୍ ବିଜୟ ଥିଲା। ଏହା ପୂର୍ବରୁ ୨୦୧୫-୧୬ରେ େଓ୍ଵଲିଂଟନ୍ରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ୍ର ବୃହତ୍ ବ୍ୟବଧାନ ବିଜୟର କୀର୍ତିମାନ ଥିଲା। ଏଭଳି ବୃହତ୍ ବ୍ୟବଧାନରେ ବିଜୟ ଏହା ପୂର୍ବରୁ ଦୁଇ ଥର ଦେଖିବାକୁ ମିଳିଛି।
୩ ଶତକ ଜମାଇବାରେ ମୁନ୍ରୋଙ୍କ କୀର୍ତିମାନ
ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୩ ଶତକ ଜମାଇବାରେ କଲିନ୍ ମୁନ୍ରୋ ବିଶ୍ୱର ପ୍ରଥମ ଖେଳାଳି ହେବାର କୀର୍ତିମାନ ପାଇଛନ୍ତି। ଏହା ପୂର୍ବରୁ ଅନ୍ୟ ୪ ଜଣ ବ୍ୟାଟ୍ସମ୍ୟାନ୍ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୨ ଲେଖାଏଁ ଶତକ ହାସଲ କରିଥିଲେ। ମୁନ୍ରୋଙ୍କ ୩ ଶତକ ତାଙ୍କର ଶେଷ ୧୦ ପାଳିରୁ ସଂଗୃହୀତ ହୋଇଛି। ଏହି ୧୦ ପାଳିରୁ ସେ ତିନି ଥର ଖାତା ଖୋଲିପାରିନଥିଲା ବେଳେ ମୋଟ ୪୪୭ ରନ୍ କରିଛନ୍ତି। େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ମ୍ୟାଚ୍ରେ ମୁନ୍ଙ୍କ ଶତକୀୟ ପାଳିରେ ୧୦ ଛକା ସାମିଲ ଥିଲା। ଏହା ମଧ୍ୟ ଜଣେ ନ୍ୟୁଜିଲାଣ୍ଡ୍ ବ୍ୟାଟ୍ସମ୍ୟାନ୍ ଭାବେ ଯୁଗ୍ମ ସର୍ବାଧିକ। ଏହା ପୂର୍ବରୁ ଗତବର୍ଷ ବାଂଲାଦେଶ ବିପକ୍ଷରେ ଏହି ପଡ଼ିଆରେ କୋରୋ ଆଣ୍ଡରସନ୍ ତାଙ୍କ ପାଳିରେ ୧୦ ଛକା ମାରିଥିଲେ।
ଏହା ବ୍ୟତୀତ ମୁନ୍ରୋ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ କ୍ରମାଗତ ୩ ଥର ୫୦ରୁ ଅଧିକ ସ୍କୋର୍ କରି ସାଥୀ ଖେଳାଳି ମ୍ୟାକୁଲମ୍ ଓ ଗପ୍ଟିଲଙ୍କ ସମକକ୍ଷ ହୋଇଛନ୍ତି।
ଦ୍ରୁତତମ ଶତକରେ ନ୍ୟୁଜିଲାଣ୍ଡ୍ କୀର୍ତିମାନ
େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ମ୍ୟାଚ୍ରେ ୪୭ ବଲ୍ରୁ ୧୦୦ ରନ୍ ପୂରଣ କରିଥିବା କଲିନ୍ ମୁନ୍ରୋ ଦ୍ରୁତତମ ଶତକ ଜମାଇବାରେ ନ୍ୟୁଜିଲାଣ୍ଡ୍ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ତାଙ୍କ ପୂର୍ବରୁ ବ୍ରେଣ୍ଡନ ମ୍ୟାକୁଲମ୍ (୫୦ ବଲ୍ରୁ, ଅଷ୍ଟ୍ରେଲିଆ ବିପକ୍ଷ ଏବଂ ୫୧ ବଲ୍ରୁ, ବାଂଲାଦେଶ ବିପକ୍ଷ) ଦୁଇଥର ଏବଂ ମାର୍ଟିନ୍ ଗପ୍ଟିଲ (୬୯ ବଲ୍ରୁ, ଦକ୍ଷିଣ ଆଫ୍ରିକା ବିପକ୍ଷ) ଥରେ ଏଭଳି ସଫଳତା ପାଇଥିଲେ। ତେବେ ମୁନ୍ରୋ ଏହା ପୂର୍ବରୁ ବାଂଲାଦେଶ ବିପକ୍ଷରେ ୫୨ ଓ ଭାରତ ବିପକ୍ଷରେ ୫୪ ବଲ୍ରୁ ମଧ୍ୟ ଶତକ ହାସଲ କରିଥିଲେ। ଏବେ ନିଜେ ନିଜର ପୂର୍ବ କୀର୍ତିମାନକୁ ଟପି ଯାଇଛନ୍ତି। ଦ୍ରୁତତମ ଟେ୍ଵଣ୍ଟି-୨୦ ଶତକ ହାସଲରେ ମୁନ୍ରୋ ମଧ୍ୟ ବିଶ୍ୱର ଷଷ୍ଠ ଖେଳାଳି ହୋଇଛନ୍ତି।
ବଡ଼ ଭାଗୀଦାରି, ସ୍ମତନ୍ତ୍ର କୀର୍ତିମାନ
ମୁନ୍ରୋ ଓ ଗପ୍ଟିଲଙ୍କ ମଧ୍ୟରେ ପ୍ରଥମ ଓ୍ଵିକେଟ୍ରେ ସଂଗୃହୀତ ୧୩୬ ରନ୍ ନ୍ୟୁଜିଲାଣ୍ଡ୍ ପାଇଁ ଟେ୍ଵଣ୍ଟି-୨୦ରେ କୌଣସି ବି ଓ୍ଵିକେଟ୍ରେ ତୃତୀୟ ସର୍ବାଧିକ। ଆଉ ସଂଯୋଗବଶତଃ ଗପ୍ଟିଲ ହିଁ ତିନିଟିଯାକ ବଡ଼ ଭାଗୀଦାରିରେ ସଂପୃକ୍ତ ରହି ସ୍ୱତନ୍ତ୍ର କୀର୍ତିମାନର ଅଧିକାରୀ ହୋଇଛନ୍ତି।