କଲମ୍ବୋ ଟେ‌ଷ୍ଟ୍‌, ବେୟାରଷ୍ଟୋଙ୍କ ଶତକ; ଇଂଲଣ୍ଡ ୩୧୨/୭

କଲମ୍ବୋ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍‌। ପ୍ରଥମ ଦିବସରେ ଜନି ବେୟାରଷ୍ଟୋଙ୍କ ଚିତାକର୍ଷକ ଶତକ ଓ ଅଲ୍‌ରାଉଣ୍ଡ୍‌ର ବେନ୍‌ ‌ଷ୍ଟୋକ୍‌ସଙ୍କ ଅର୍ଧଶତକ ବଳରେ ଟସ୍‌ ଜିତି ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଇଂଲଣ୍ଡ୍‌ ୮୮.୧ ଓଭର ଖେଳି ୭ ୱିକେଟ୍‌ ବିନିମୟରେ କରିଛି ୩୧୨ ରନ୍। ବେୟାରଷ୍ଟୋ ୧୧୦ ଓ ‌ଷ୍ଟୋକ୍‌ସ ୫୭ ରନ୍‌ କରିଥିଲା ବେଳେ ଅଧିନାୟକ ଜୋ ରୁଟ୍‌ ୪୬, ମୋଇନ୍‌ ଅଲ୍ଲୀ ଅପରାଜିତ ୨୩ ରନ୍‌ କରିଛନ୍ତି। ଘରୋଇ ସିଂହଳୀ ବୋଲରଙ୍କ ମଧ୍ୟରୁ ଲକ୍ଷ୍ଣଣ ସନ୍ଦକନ୍‌ ୯୧ ରନ୍‌ରେ ୪, ପୁଷ୍ପକୁମାରା ୬୪ ରନ୍‌ରେ ୨ ୱିକେଟ୍‌ ପାଇଛନ୍ତି। ବେନ୍‌ ଫୋକ୍‌ସ (୧୩) ଆଉଟ୍‌ ହେବା ମାତ୍ରେ ଅମ୍ପାୟାର ଷ୍ଟମ୍ପ୍‌ସ ଅପସାରଣ କରିନେଇଥିଲେ। ବେୟାରଷ୍ଟୋଙ୍କ ଦୁଇଟି ମୂଲ୍ୟବାନ ଭାଗୀଦାରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଛି। ସେ ରୁଟ୍‌ଙ୍କ ସହ ତୃତୀୟ ୱିକେଟ୍‌ରେ ୧୦୦ ଏବଂ ଷ୍ଟୋକ୍‌ସଙ୍କ ସହ ଚତୁର୍ଥ ୱିକେଟ୍‌ରେ ୯୯ ରନ୍ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର