ପ୍ରକାଶ ପାଉଛି ‘ସମ୍ବାଦ’ ବିଶ୍ବକପ୍ ପୁସ୍ତିକା

ଭୁବନେଶ୍ବର: ଓଡ଼ିଶା ମାଟିରେ ପ୍ରଥମ ଥର ହେବାକୁ ଯାଉଛି ହକି ବିଶ୍ବକପ୍‌। ଏହି ମହାର୍ଘ ଅବସରରେ ସମ୍ବାଦ ପରିବାର ପକ୍ଷରୁ ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌-୨୦୧୮’ ସମ୍ପର୍କରେ ଏକ ସ୍ବତନ୍ତ୍ର ପୁସ୍ତିକା ପ୍ରକାଶିତ ‌େହଉଅଛି। ଏହି ପୁସ୍ତିକାରେ ସମ୍ପୂର୍ଣ୍ଣ ‌େଖଳସୂଚୀ, ହକି ବିଶ୍ବକପ୍‌ର ୪୭ ବ‌ର୍ଷ ଇତିହାସ, କିମ୍ବଦନ୍ତୀ ଓଡ଼ିଆ, ଅଂଶଗ୍ରହଣକାରୀ ୧୬ ଦଳର ସମ୍ଭାବନା ଓ ସାମର୍ଥ୍ୟ, ଓଡ଼ିଶା ଓ ଓଡ଼ିଆଙ୍କ ସମ୍ପୃକ୍ତି, ଜୀବନ୍ତ ଯୋଦ୍ଧା, ହକି ଭାଇ, କଳିଙ୍ଗ ଷ୍ଟାଡିୟମ ପ୍ରବେଶ ମାନଚିତ୍ର, ଖେଳାଳିଙ୍କୁ ସମର୍ପିତ ‘ହକି ଛକ’, ଦିଲ୍ଲୀପ ତିର୍କିଙ୍କ ଅତିଥି ସ୍ତମ୍ଭ, ପ୍ରଥମ ଓଡ଼ିଆ ବିଶ୍ବକପ୍ ଖେଳାଳି, ଭାରତୀୟ ହକିରେ ଓଡ଼ିଶା ବିରଳ, ନୂଆ ରୂପରେ ଭୁବନେଶ୍ବର, ହକି ହୃଦ୍‌ସ୍ପନ୍ଦନ, ଦେଶର କ୍ରୀଡ଼ା ରାଜଧାନୀ ଆଦି ବହୁ ଆଲେଖ୍ୟ ସ୍ଥାନ ପାଇଛି। ‘ସମ୍ବାଦ’ ପାଠକଙ୍କ ପାଇଁ ଏହା ସଂଗ୍ରହଣୀୟ ହେବ। ଖୁବ୍ ଶୀଘ୍ର ‘ସମ୍ବାଦ’ ସହିତ ମାଗଣାରେ ବିତରିତ ହେବାକୁ ଥିବା ଏହି ପୁସ୍ତିକାରୁ ଖଣ୍ଡିଏ ନିଜ ବିତରକଙ୍କଠାରୁ ମାଗି ରଖିବାକୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର