ମୋରିସ୍ ଗାରେଜ୍ ପକ୍ଷରୁ ଲଞ୍ଚ୍ ହେବାକୁ ଯାଉଛି ‘ୱିଣ୍ଡ୍ସର୍ ଇଭି’। େସପ୍ଟେମ୍ବର ୧୧ ତାରିଖରେ ଭାରତୀୟ ବଜାରରେ ଏହି ଇଲେକ୍ଟ୍ରିକ୍ କାର୍ ପ୍ରବେଶ କରିବ ଏବଂ ଏହା ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ‘ୱିଣ୍ଡସର୍’ର ନାମକରଣ ସଂଯୁକ୍ତ ରାଷ୍ଟ୍ର ଦ୍ବାରା କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୦ରୁ ୨୫ ଲକ୍ଷ ଟଙ୍କା ରହିପାରେ। ୱିଣ୍ଡ୍ସର୍ର ଲମ୍ବ ୪,୨୯୫ ଏମ୍ଏମ୍, ଚଉଡ଼ା ୧,୮୫୦ ଏମ୍ଏମ୍ ଓ ଉଚ୍ଚତା ୧,୬୫୨ ଏମ୍ଏମ୍। ୧୫.୬ ଇଞ୍ଚ୍ର ଟଚ୍ସ୍କ୍ରିନ୍ ଇନ୍ଫୋଟେନ୍ମେଣ୍ଟ୍ ୟୁନିଟ୍, ୮.୮ ଇଞ୍ଚ୍ର ଇନ୍ଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର୍, ପାୱାର୍ଡ ବୁଟ୍ ଲିଡ୍, ୬ଟି ସ୍ପିକର୍, ୱେୟାର୍ଲେସ୍ ଫୋନ୍ ଚାର୍ଜର୍, ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍, ପାନୋରାମିକ୍ ସନ୍ରୁଫ୍, ଏଲ୍୨ ଏଡିଏଏସ୍ ଓ ୩୬୦ ଡିଗ୍ରି ପାର୍କିଂ କ୍ୟାମେରା ସହିତ ୱିଣ୍ଡ୍ସର୍ ଉପଲବ୍ଧ ହେବ।
ଏହାସହ ଏଥିରେ ରିକ୍ଲାଇନିଂ ରିୟର୍ ବେଞ୍ଚ୍ (ଏମ୍ଜି ଏହାକୁ ‘ସୋଫାମୋଡ୍’ କହୁଛି), ପାୱାର୍ ଆଡ୍ଜଷ୍ଟେବଲ୍ ଫ୍ରଣ୍ଟ୍ ସିଟ୍ ରହିଥିବା ବେେଳ ଏହାର ସିଟ୍ଗୁଡ଼ିକ ଇଟାଲିୟାନ୍ ବବଲ୍-ଷ୍ଟାଇଲ୍ ଲେଦର୍ରେ ଆଚ୍ଛାଦିତ। ଏଥିରେ ୫୦.୬ କିଲୋୱାଟ୍ର ବ୍ୟାଟେରି ପ୍ୟାକ୍ ଲାଗିଛି ଏବଂ ଏସି ଚାର୍ଜର୍ ମାଧ୍ୟମରେ ୧୦୦ ପ୍ରତିଶତ ଏସ୍ଓସି ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ। ଗୋଟେ ଥର ଚାର୍ଜ କଲେ ଏହା ୪୬୦ କି.ମି. ଯାଇପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।