ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାର ୯ମ ଦିନ ଅର୍ଥାତ ଶନିବାର ଭାରତ କୁସ୍ତିରେ ଆଉ ଏକ ଚମତ୍କାରିତା ପ୍ରଦର୍ଶନ କରିଛି। ଭାରତ ପାଇଁ ପଦକ ବର୍ଷା ହୋଇଛି। କୁସ୍ତିରେ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ ପଦକ ହାସଲ କରିଛି। ମହିଳା ବର୍ଗରେ ରେସଲର ଭିନେଶ ଫୋଗାଟ ଓ ପୁରୁଷ ବର୍ଗରେ ରବି ଦାହିୟା ଏବଂ ନବୀନ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୫୩ କେଜି ମହିଳା ବର୍ଗରେ ଭିନେଶଙ୍କ ସହ ଶ୍ରୀଲଙ୍କାର ଚାମୋଦ୍ୟ କେଶାନି ମାଦୁରାଭେଲେଜ ଡନଙ୍କ ଫାଇନାଲ ମୁକାବିଲା ହୋଇଥିଲା। ୨ମନିଟ ୨୪ ସେକଣ୍ଡରେ ଭିନେଶ ଚାମୋଦ୍ୟଙ୍କୁ ଧରାଶାୟୀ କରି ୪-୦ ପଏଣ୍ଟ ହାସଲ କରିଥିଲେ। ଆଜି ଦିନର କୁସ୍ତିରେ ଏହା ଥିଲା ଦ୍ବିତୀୟ ସ୍ବର୍ଣ୍ଣ ପଦକ।
india todayସେହିପରି ରବି କୁମାର ଦାହିୟା ୫୭ କେଜି ପୁରୁଷ ବର୍ଗରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ନାଇଜେରିଆର ଏବିକେୱେନିମୋ ୱେଲସନଙ୍କ ସହ ରବିଙ୍କ ଫାଇନାଲ ମୁକାବିଲା ହୋଇଥିଲା। ୨ ମିନିଟ ୧୬ ସେକଣ୍ଡର ଏହି ଲଢ଼େଇରେ ରବି ୧୦-୦ ପଏଣ୍ଟ ପାଇ ଆଜି ଦିନର ପ୍ରଥମ ସ୍ବର୍ଣ୍ଣପଦକ ହସଲ କରିଥିଲେ। ସେହିପରି ରାତି ସାଢ଼େ ୧୧ଟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ପାକିସ୍ତାନର ଜଣେ କୁସ୍ତିଯୋଦ୍ଧାକୁ ହରାଇ ଭାରତର ନବୀନ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏହା ଆଜି ଦିନର ତୃତୀୟ ସ୍ବର୍ଣ୍ଣପଦକ। ୭୪ କେଜି ପୁରୁଷ ବର୍ଗରେ ପାକିସ୍ତାନର ମହମ୍ମଦ ସରିଫ ତାହିରିଙ୍କ ସହ ନବୀନଙ୍କ ଫାଇନାଲ ମୁକାବିଲା ହୋଇଥିଲା।
times nowଖେଳର ପ୍ରଥମାର୍ଦ୍ଧରେ ସେ ୨-୦ ପଏଣ୍ଟ ପାଇ ଆଗରେ ଥିଲେ। ତେବେ ଦ୍ବିତୀୟାର୍ଦ୍ଧରେ ସେ ୯-୦ ପଏଣ୍ଟ ପାଇ ତାହିରଙ୍କୁ ପରାସ୍ତ କରିବା ପରେ ସେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିପରି ପୂଜା ଗେହେଲଟଙ୍କୁ କୁସ୍ତିରେ କାଂସ୍ୟ ପଦକ ମିଳିଛି। ୫୦ କେଜି ମହିଳା ବର୍ଗରେ ପୂଜାଙ୍କ ଫାଇନାଲ ମୁକାବିଲା ହୋଇଥିଲା ସ୍କଟଲାଣ୍ଡର ଖ୍ରୀଷ୍ଟାଇନ ଲେମୋଫେକ ଲେଚିଦିଜୋଙ୍କ ସହିତ। ସେ ତାଙ୍କୁ ୧୨-୨ ପଏଣ୍ଟରେ ପରାସ୍ତ କରି ଏହି ପଦକ ପାଇଛନ୍ତି। ଆଜିର ପଦକୁ ମିଶାଇ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବର୍ତ୍ତମାନ ସୁଦ୍ଧା ଭାରତ ୧୧ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୦ କାଂସ୍ୟ ସହ ମୋଟ ୩୨ ପଦକ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/1-5.jpg)