ଭୁବନେଶ୍ବର: ଓଡ଼ିଆ ଝିଅ ଝିଲି ଦଳବେହେରା ତାସକେଣ୍ଟ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋ‌ତ୍ତୋଳନରେ ନିଜର ଚମକ ଦେଖାଇଛନ୍ତି। ଏହି ଭାରତୀୟ ଭାରୋତ୍ତୋଳିକା ମହିଳା ୪୯ କେଜି ବର୍ଗରେ ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୨୨ ବର୍ଷୀୟା ଏହି ଓଡ଼ିଶା ଝିଅ ସ୍ନାଚ୍‌ରେ ୭୪ କେଜି ଓ କ୍ଲିନ୍‌ ଓ ଜର୍କରେ ୯୪ କେଜି ସହ ‌ମୋଟ ୧୬୭ କେଜି ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

Advertisment

ଏହା ଝିଲିଙ୍କ ବ୍ୟକ୍ତିଗତ ଶ୍ରେ‌ଷ୍ଠ। ନାଇଜେରିଆର ପିଟର ଷ୍ଟିଲା କିଙ୍ଗ୍ସଲେ ୧୬୮ (୭୨+୯୬) କେଜି ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ମୀରାବାଇ ଚାନୁ ‌ଓହରି ଯିବାରୁ ତାଙ୍କ ସ୍ଥାନରେ ଭାରତୀୟ ଦଳରେ ଝିଲି ସାମିଲ ହୋଇଥିଲେ।