ସ୍ମିଥଙ୍କ ଭାବ ବିହ୍ଵଳ କ୍ଷମା ପ୍ରାର୍ଥନା ପରେ ଛୁଟିଲା ସମବେଦନାର ସୁଅ

ଜୋହନସବର୍ଗ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ରୁ ବାସନ୍ଦ ହୋଇଥିବା କ୍ରିକେଟର ଷ୍ଟିଭ ସ୍ମିଥଙ୍କ ଭାବ ବିହ୍ଵଳ କ୍ଷମା ମାଗିଥିବାରୁ ଅଷ୍ଟ୍ରେଲିଆବାସୀ ତାଙ୍କ ପ୍ରତି ଅହେତୁକ ସମବେଦନା ଜଣାଇଛନ୍ତି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଅଷ୍ଟ୍ରେଲିଆ ୩ୟ ଟେଷ୍ଟରେ ବଲ ଟ୍ୟାମ୍ପରିଂ ଘଟଣା ଦେଖାଯାଇଥିଲା। ଏହି ଘଟଣାରେ ସ୍ମିଥ୍‌, ଡେଭିଡ଼ ଓ୍ଵାର୍ଣ୍ଣର ଏବଂ ଓ୍ଵିକେଟ୍‌କିପର କେମରନ ବ୍ୟାନକ୍ରଫ୍ଟ ଦେଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ମିଥ ଓ ଓ୍ଵାର୍ଣ୍ଣରଙ୍କୁ ବର୍ଷେ ପାଇଁ ଓ ବ୍ୟାନକ୍ରଫ୍ଟଙ୍କୁ ୯ ମାସ ଲାଗି ଖେଳ ଜଗତରୁ ନିର୍ବାସନ ଦଣ୍ଡ ମିଳିଛି।

ବହୁତ ଦଣ୍ଡ ମିଳିଥିବାରୁ ନିଜକୁ ଲଜ୍ଜିତ ମନେକରୁଛୁ ବୋଲି ସ୍ମିଥ ଓ ବ୍ୟାନକ୍ରଫ୍ଟ ସ୍ୱୀକାରୋକ୍ତି କରିଥିବାରୁ ସେମାନଙ୍କ କ୍ଷମା କରିବାକୁ ସମସ୍ତେ କହିଛନ୍ତି। ଇଂଲଣ୍ଡର ଦି ଟାଇମ୍ସ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେମାନେ ହତ୍ୟା କରିନାହାନ୍ତି କେବଳ ବଲକୁ ଛିଣ୍ଡାଇଛନ୍ତି। ସେନ୍‌ ଓ୍ଵାର୍ଣ୍ଣ କହିଛନ୍ତି, ସେ ଏଭଳି ନିନ୍ଦିତ ଘଟଣା ଦେଖି ନଥିଲେ। ସେମାନେ ଅପରାଧିକ ଘଟଣା କରି ନାହାନ୍ତି, ବରଂ ନିନ୍ଦନୀୟ କାମ କରିଛନ୍ତି।।ସେମାନଙ୍କୁ ଦ୍ୱିତୀୟଥର ଲାଗି ଖେଳିବାର ସୁଯୋଗ ଦେବା ଉଚିତ୍‌।

ମାଇକେଲ ବେଭାନ କହିଛନ୍ତି, ଯେ ସେମାନେ ଗଣମାଧ୍ୟମକୁ ଗୁରୁବାର ଭେଟିଥିଲେ। ତାହା ସେମାନଙ୍କ କେଇଟି ମୁହୂର୍ତ୍ତକ ପାଇଁ ଏକ ପାଗଳାମୀ ଥିଲା। ଚତୁର୍ଥ ଟେଷ୍ଟ ପରେ ଜୁନରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ଦଳ ଦିନିକିଆ ଖେଳିବାପାଇଁ ଟିମ୍‌ ପାଇନ୍‌ ନେତୃତ୍ୱରେ ଯବେ। ଟି-ଟେ୍ଵଣ୍ଟି ଓ ଦିନିକିଆ ପାଇଁ ପୃଥକ ପୃଥକ୍‌ କୋଚ୍‌ ପାଇଁ ଲେହମ୍ୟାନଙ୍କ ଜଣେ ସଫଳ ଅନୁଗ୍ରାହୀଭାବରେ ଜଷ୍ଟିନ୍‌ ଲ୍ୟାଙ୍ଗର ପୃଥକ୍‌ କୋଚ୍‌ ଭାବରେ ରହିବେ।

ସମ୍ବନ୍ଧିତ ଖବର