କଟକ: ଓଡ଼ିଶା କ୍ୟାରମ ସଂଘ ଆନୁକୂଲ୍ୟରେ ଜୁଲାଇ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ୟାରମ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମସ୍ଥିତ ହର୍ସ ଗେଟ୍ ଏସି ହଲ୍ରେ ଖେଳାଯିବ। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି ୩୦୦ ଖେଳାଳି ଯୋଗଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ଖେଳାଳିଙ୍କୁ ନେଇ ମଧ୍ୟ ଏକ ପ୍ରତିଯୋଗିତା ଆୟୋଜନ ହେବାର ଅଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଖେଳାଳିମାନଙ୍କୁ ଏହି ପ୍ରତିଯୋଗିତାରେ ଖେଳିବାକୁ ସୁଯୋଗ ଦିଆଯିବ। ଟ୍ରଫି ସହ ୧ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ତେଣୁ ଓଡ଼ିଶାରୁ ଯେଉଁମାନେ ଏହି ପ୍ରତିଯୋଗିତାରେ ଖେଳିବାକୁ ଆଗ୍ରହୀ ସେମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ସଂଘ ସମ୍ପାଦକ ଉଷାରଂଜନ ପରିଜା (୯୪୩୭୦୨୩୪୫୧) ଓ ସହ ସମ୍ପାଦକ ମାୟାଧର ସାହୁ (୯୯୩୮୬୯୨୮୩୫)ଙ୍କ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ସତ୍ୟ ମହାନ୍ତି, କୋଷାଧ୍ୟକ୍ଷ ଭୋଳାନାଥ ବେହେରା, ଅମର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଜୁଲାଇ ୨୬ରୁ ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ୟାରମ୍ ପ୍ରତିଯୋଗିତା
/sambad/media/post_attachments/wp-content/uploads/2018/07/8-carrom-tournament-payni-press-meet-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)