ଆଇପିଏଲ ଉପରେ କରୋନାର କଳାବାଦଲ : ମୁମ୍ବାଇରେ ଖେଳ ହେବ ତ ?

ଅକ୍ଷର ପଟେଲ କରୋନା ଆକ୍ରାନ୍ତ

ମୁମ୍ବାଇ :  ମୁମ୍ବାଇରେ କରୋନା ସ୍ଥିତି ସାଂଘାତିକ ସ୍ଥିତିରେ ପହଞ୍ଚିଥିବାରୁ ବିସିସିଆଇର ଚିନ୍ତା ବଢିଯାଇଛି । ଆଗକୁ ଆଇପିଏଲ ଥିବାବେଳେ ମୁମ୍ବାଇରେ ୧୦ଟି ମ୍ୟାଚ ଖେଳାଯିବ । କିନ୍ତୁ ଯଦି ରାଜ୍ୟରେ ସ୍ଥିତି ଆହୁରି ଖରାପ ହୁଏ ଓ ସରକାର ଲକଡାଉନ ଘୋଷଣା କରନ୍ତି ତେବେ ମୁମ୍ବାଇରେ କିପରି ଖେଳ ହେବ ତାହାକୁ ନେଇ ବିସିସିଆଇ ଚିନ୍ତାରେ ପଡ଼ିଯାଇଛି ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ପାଇଁ ହାଇଦ୍ରାବାଦ ଓ ଇନ୍ଦୋରକୁ ଷ୍ଟାଣ୍ଡବାଇ ଭେନ୍ୟୁ ଭାବରେ ରଖାଯାଇଛି । ଅର୍ଥାତ ମୁମ୍ବାଇରେ ମ୍ୟାଚ ଆୟୋଜନ କରିବା ସମ୍ଭବ ନହେଲେ ହାଇଦ୍ରାବାଦ କିମ୍ବା ଇନ୍ଦୋରରେ ମ୍ୟାଚ ଖେଳାଯିବ ।

ବିସିସିଆଇ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଓ୍ବାଙ୍ଖେଡ଼େ ଷ୍ଟାଡିୟମର ୧୦ ଜଣ ଗ୍ରାଉଣ୍ଡଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ଆଇପିଏଲ ସହ ସଂପୃକ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିର ୬ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଗ୍ରାଉଣ୍ଡଷ୍ଟାଫ ସଂକ୍ରମିତ ହେବା ପରେ ବିସିସିଆଇ ପକ୍ଷରୁ କେତେକ ନୂଆ ଗ୍ରାଉଣ୍ଡଷ୍ଟାଫ ଅଣାଯାଇ ପ୍ରସ୍ତୁତି ଜାରି ରହିଛି ।

ଅନ୍ୟଏକ ଘଟଣାକ୍ରମରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଅକ୍ଷର ପଟେଲ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ଆଇପିଏଲର ପ୍ରଥମ କିଛି ମ୍ୟାଚରେ ସେ ଟିମରୁ ଦୂରେଇ ରହିବେ ।

ସମ୍ବନ୍ଧିତ ଖବର