ନୂଆଦିଲ୍ଲୀ: ଚାମ୍ପିଅନ୍ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରା ୧୩ ମାସ ମଧ୍ୟରେ ୩ଟି ବଡ଼ ସଫଳତା (ଅଲିମ୍ପିକ୍ ବିଜେତା, ବିଶ୍ବ ଚାମ୍ପିଅନ୍ସିପ୍ ରୌପ୍ୟ ଏବଂ ଡାଇମଣ୍ଡ୍ ଲିଗ୍ ବିଜେତା) ହାସଲ କରିଥିଲା ବେଳେ ଚଳିତ ମାସ ୨୯ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଗୁଜରାଟର ବିଭିନ୍ନ ସହରରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ମାଂସପେଶୀ ଜନିତ ଆଘାତ ସାଙ୍ଗକୁ ଅତ୍ୟଧିକ ପ୍ରତିଯୋଗିତାରେ ଅଂଶଗ୍ରହଣ ଯୋଗୁଁ ସେ କ୍ଲାନ୍ତ ହୋଇପଡ଼ିଛନ୍ତି। ତେଣୁ ଜାତୀୟ କ୍ରୀଡ଼ାରେ ଭାଗ ନେବା ଆଶଙ୍କା ମଧ୍ୟକୁ ଚାଲିଯାଇଥିବା ଭାରତୀୟ ଅଲିମ୍ପିକ୍ ସଂଘ କହିଛି। ଦେଶର ପ୍ରମୁଖ ଆଥ୍ଲେଟ୍ମାନଙ୍କ ପାଇଁ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣକୁ ଅଲିମ୍ପିକ୍ ସଂଘ ବାଧ୍ୟତାମୂଳକ କରିଥିଲା ବେଳେ ଅଧିକାଂଶ କ୍ରୀଡ଼ାବିତ୍ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ହେଲେ ନୀରଜ ଆହତ ଯୋଗୁଁ ଏଥିରୁ ଓହରିବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ନୀରଜ ଚୋପ୍ରା ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ ନେଇ ଆଶଙ୍କା
/sambad/media/post_attachments/wp-content/uploads/2022/09/Neeraj-Chopra-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)