ଅଭିନନ୍ଦନ ସୁଅ

ନୂଆଦିଲ୍ଲୀ: ସର୍ବାଧିକ ଚତୁର୍ଥ ଥର କନିଷ୍ଠ ବିଶ୍ୱକପ୍‌ ଜିତି କୀର୍ତିମାନ ପ୍ରତିଷ୍ଠା କରିଥିବା ଭାରତୀୟ ଦଳର ସଫଳତା ଏବଂ ପ୍ରଶିକ୍ଷକ ଜୀବନର ଶ୍ରେଷ୍ଠ ମୁହୂର୍ତ ପାଇବା ପରେ ରାହୁଲ ଦ୍ରାବିଡ଼ଙ୍କ ନିକଟକୁ ଦେଶବ୍ୟାପୀ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ଏହା ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି।
ରାଷ୍ଟ୍ରପତି: ବିଶ୍ୱ ବିଜେତା ୧୯ ବର୍ଷରୁ କମ୍‌ ଦଳ ଏବଂ ପ୍ରତିଭା ସମ୍ପନ୍ନ ଯୁବ କ୍ରିକେଟରକୁ ଅଭିନନ୍ଦନ। ପୃଥ୍ଵୀ ସ’ ଓ ସାଥୀଙ୍କ ସହିତ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଶୁଭେଚ୍ଛା: ରାଷ୍ଟ୍ରପତି ରାମନାଥ କୋବିନ୍ଦ।
ପ୍ରଧାନମନ୍ତ୍ରୀ: ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନରେ ଉଲ୍ଲସିତ। ବିଶ୍ୱ ବିଜେତା ଯୁବ ଦଳକୁ ଅଭିନନ୍ଦନ। ଏହା ଭାରତକୁ ଅତିମାତ୍ରାରେ ଗୌରବାନ୍ଵିତ କରିଛି: ନେରେନ୍ଦ୍ର ମୋଦି।
ଉପରାଷ୍ଟ୍ରପତି: ନ୍ୟୁଜିଲାଣ୍ଡ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍‌ ଜିତିଥିବାରୁ ହୃଦୟରୁ ଆନ୍ତରିକ ଅଭିନନ୍ଦନ। ଖେଳାଳିଙ୍କ ପାଇଁ ଦେଶ ଗର୍ବିତ: ଭେଙ୍କୟା ନାଇଡୁ।
କ୍ରୀଡ଼ାମନ୍ତ୍ରୀ: ନୀଳରଙ୍ଗରେ ଥିବା ବାଳକଙ୍କ ସାହସିକତାକୁ ସାବାସୀ। ରାହୁଲ ଦ୍ରାବିଡ଼ଙ୍କ ତତ୍ୱାବଧାନରେ ଚମତ୍କାର ପ୍ରଦର୍ଶନ କରିଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ: ରାଜ୍ୟବର୍ଧନ ସିଂହ ରୋଠୋର୍‌।
ସଚିନ ତେନ୍ଦୁଲକର: ଦଳୀୟ ପରିଶ୍ରମ ଏବଂ ବଡ଼ ସ୍ୱପ୍ନ ସାକାର ରୂପ ନେଇଥିବାରୁ ବିଶ୍ୱ ବିଜେତାଙ୍କୁ ଅଭିନନ୍ଦନ। ଆମେ ତୁମ ପାଇଁ ଗର୍ବିତ। ଦଳକୁ ଠିକଣା ପଥରେ ନେଇଥିବାରୁ ରାହୁଲ ଦ୍ରାବିଡ଼ ଏବଂ ପରାମ ମହାମ୍ବ୍ରେଙ୍କୁ ମଧ୍ୟ ଅଶେଷ ଅଭିନନ୍ଦନ।
ଅନୀଲ କୁମ୍ବଲେ: ଚମତ୍କାର ଦଳଗତ ପ୍ରଦର୍ଶନ।
ଭିଭିଏସ୍‌ ଲକ୍ଷ୍ମଣ: ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ବିଜୟର ହକ୍‌ଦାର ଥିଲା। ବାସ୍ତବରେ ସ୍ମରଣୀୟ
ରୋହିତ ଶର୍ମା: ବିଶ୍ୱକପ୍‌ ସାରା ଆଧିପତ୍ୟ ବିସ୍ତାର କରିଥିବାରୁ ସମ୍ପୂର୍ଣ୍ଣ ଦଳକୁ ଅଭିନନ୍ଦନ।
ବୀରେନ୍ଦ୍ର ସେହବାଗ: ପ୍ରତିଟି ଭାରତୀୟ ଖୁସୀ ଓ ଉଲ୍ଲସିତ। ଯୁବ ଖେଳାଳିଙ୍କ ପ୍ରତି ସଙ୍କଳ୍ପବଦ୍ଧତା ପାଇଁ ରାହୁଲ ଦ୍ରାବିଡ଼ଙ୍କୁ ଶ୍ରେୟ ମିଳିବ। ତାଙ୍କ ଭଳି କିମ୍ବଦନ୍ତୀ ବିଶ୍ୱକପ୍‌ ତୋଳିବାର ହକ୍‌ଦାର ଥିଲେ।
ମହମ୍ମଦ କୈଫ: ପିଲାଙ୍କ ପ୍ରଦର୍ଶନ ପାଇଁ ଖୁସୀ। ଏହା ମୋତେ ୧୮ ବର୍ଷ ତଳ ବିଜୟକୁ ସ୍ମରଣ କରି ଦେଇଛି। ରାହୁଲ ଦ୍ରାବିଡ଼ଙ୍କ ପ୍ରୟାସକୁ ସାବାସୀ। ଏ ଗୋଷ୍ଠୀର ଖେଳାଳିଙ୍କ ଭବିଷ୍ୟତ ଉଜ୍ଜ୍ୱଳ।
ଜାହିର ଖାନ୍‌: ଯୁବ ବିନ୍ଧାଣୀଙ୍କୁ ବଡ଼ ଅଭିନନ୍ଦନ।
ଅମିତାଭ ବଚ୍ଚନ: ୟା…ହା…ଭାରତ ବିଶ୍ୱ ବିଜେତା। ୪ ଥର ଜିତିବାରେ ଏକମାତ୍ର ଦେଶ ଭାରତ। ଗର୍ବ ଓ ଗୌରବର ଅନୁଭବ।
ଉନ୍ମୁକ୍ତ ଚାନ୍ଦ: ଘରକୁ ବିଶ୍ୱକପ ଫେରାଇ ଆଣିଥିବାରୁ ଅଭିନନ୍ଦନ। ସମ୍ପୂର୍ଣ୍ଣ ଦେଶ ତୁମ ପାଇଁ ଗର୍ବିତ।
ଅଭିନନ୍ଦନ…ଅଭିନନ୍ଦନ: ରାଜୀବ ଶୁକ୍ଳା, ସୁରେଶ ରାଇନା, ବିଜେନ୍ଦର ସିଂହ, ଜ୍ୱାଳା ଗୁଟ୍ଟା।, ରବିଚନ୍ଦ୍ରନ ଅଶ୍ୱିନ୍‌, ଅଜିତ ଅଗରକର, ଉନ୍ମୁକ୍ତ ଚାନ୍ଦ, କିଡ଼ାମ୍ବି ଶ୍ରୀକାନ୍ତ।

ସମ୍ବନ୍ଧିତ ଖବର