ଭୁବନେଶ୍ବର: ଭାରତରେ ଆୟୋଜିତ ୪୪ତମ ଚେସ୍ ଅଲିମ୍ପିଆଡ୍ ସଫଳ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ପ୍ରତିଯୋଗିତା ନିର୍ଦେଶକ ତଥା ଫିଡେ ପରାମର୍ଶଦାତା କମିସନ ଅଧ୍ୟକ୍ଷ ଭରତ ସିଂହ ଚୌହାନଙ୍କୁ ରବିବାର କିଟ୍ସ୍ଥିତ ଅନ୍ତର୍ଜାତୀୟ ଚେସ୍ ହଲ୍ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ରାଜ୍ୟରେ ଅଲିମ୍ପିଆଡ୍ ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ସଫଳ କରିଥିବାରୁ ଓଡ଼ିଶା ସରକାରଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତ, କ୍ରୀଡ଼ା ସଚିବ ଆର୍ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।
ଏମାନଙ୍କ ସହ ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଓ) ସଭାପତି ଜିସି ମହାପାତ୍ର, କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ, ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଆକାଂକ୍ଷା କବି, ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ଚେସ୍ ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ, ଜିଏମ୍ ଦେବାଶିଷ ଦାସ, ସ୍ବୟଂମ୍ସ ମିଶ୍ର, ଆଇଏମ୍ ଶେଖର ଚନ୍ଦ୍ର ସାହୁ, ଏସ୍ ସତ୍ୟପ୍ରଜ୍ଞା,ଏସ୍ ସତ୍ୟକାମ, ସ୍ମାରକୀ ମହନ୍ତି ଏବଂ ଅନୁବନ୍ଧିତ ଜିଲ୍ଲା ସଂଘ ସଦସ୍ୟ, ଅନ୍ତର୍ଜାତୀୟ ଆର୍ବିଟର୍ସ, ଅନେକ ଚେସ୍ପ୍ରେମୀ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ।